ଚିଲିକାରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତାକୁ ନେଇ ସାଧାରଣ ସଭା

ଭାରତର ବୃହତ ଲୁଣା ହ୍ରଦ ଚିଲିକା  । ଗୋଟିଏ ପଟେ ମାଆ କାଳିଜାଇଙ୍କ ମନରୋମ ପୀଠ,ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର କ୍ଷେତ୍ରର କାଙ୍କଣଶିଖରୀ,ବିଦେଶାଗତ ପକ୍ଷୀଙ୍କ ପ୍ରିୟ ନଳବଣ ଓ ଚଢେଇଗୁହା । ପ୍ରାକୃତିକ ଶୋଭାରେ ଟିକେ ଆନମନା ହେବାକୁ ଓ ଆଧ୍ୟାତ୍ମିକ ଭାବରେ ହଜିଯିବାକୁ ସାରା ବର୍ଷ  ଶହ ଶହ ପର୍ଯ୍ୟଟକ ,ଚିଲିକାରେ ଜଳଯାତ୍ରା କରୁଛନ୍ତି  । ସରକାରୀ ବୋଟ ସହ ଅନ୍ୟାନ୍ୟ ୩୦୦ରୁ ଅଧିକ ବେସରକାରୀ ମୋଟରବୋଟ ଯାତ୍ରୀଙ୍କୁ ଚିଲିକାରେ ବୋଟିଂ ସେବା ଯୋଗାଉଛି । ତେବେ ବିଗତ କିଛି ବର୍ଷ ଧରି ବାରମ୍ୱାର ବିପଦ,ଅଘଟଣ, ପ୍ରକୃତିପ୍ରେମୀ  ତଥା ପର୍ଯ୍ୟଟକଙ୍କୁ ଭୟଭୀତ କରୁଛି । ତେବେ ବେପରୁଆ ନୀତି ଓ ଲାଇଫ୍ ଜ୍ୟାକେଟର ବ୍ୟବହାର ନକରିବା ଓ ପ୍ରତିକୂଳ ଯୋଗୁଁ ପାଗ ଏଥିପାଇଁ ଦାୟୀ।

ନୀଳାମ୍ବୁ ଚିଲିକା ପ୍ରତି ଯେତିକି ଆକର୍ଷଣ,ସୁରକ୍ଷାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ସେତିକି ଭୟ । ଏ ନେଇ ବାଲୁଗାଁ ସରକାରୀ ବିଦ୍ୟାଳୟ ପରିସରରେ ବୁଦ୍ଧିଜୀବୀ, ସାମ୍ବାଦିକ, ମତ୍ସ୍ୟସଂଘ, ସରକାରୀ ଓ ବେସରକାରୀ ମୋଟର ବୋଟ ସଂଘର ସଭାପତି ସଂପାଦକ ,ଆଇ.ଏନ୍.ଏସ୍. ଚିଲିକାର କମାଣ୍ଡାଣ୍ଟ ଏକ ଆଲୋଚନା ଓ ସାଧାରଣ ସଭାରେ ଭାଗ ନେଇଥିଲେ। ବେସରକାରୀ ମୋଟର ବୋଟ ସଂଘର ସଭାପତି,ବୋଟ୍ ଚାଳକଙ୍କ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ସଂଘର ଚାଳକ ଓ ମାଲିକ ୮୦ପ୍ରତିଶତ ନିଜର ଭରଣ ପୋଷଣ ପାଇଁ ଚିଲିକା ଉପରେ ନିର୍ଭରଶୀଳ । ଆର୍ଥିକ ସମସ୍ୟା ଭିତରେ ଗତି କରୁଥିବା  ଅନେକ ଚାଳକ ଯଥେଷ୍ଟ ପରିମାଣରେ ସେପ୍ଟି ଜ୍ୟାକେଟ ଯୋଗାଇ ପାରୁନାହାନ୍ତି । ସହଯୋଗ ପାଇଁ ସଂଘ ତରଫରୁ ପ୍ରଶାସନିକ ସ୍ଥରରେ ବାରମ୍ୱାର ଆଲୋଚନା ହୋଇଥିବା ବାଲୁଗାଁ ମୋଟର ବୋଟ ସଂଘର ସଭାପତି କୃଷ୍ଣ ବେହେରା ମତ ଦେଇଥିଲେ । ସେପଟେ କାଳିଯାଇ ମନ୍ଦିର ଜେଟି ଉନ୍ନତି କରଣ ହେବା ନେଇ ଉପସ୍ଥିତ ସଦସ୍ୟା ମାନେ ମତ ରଖିଥିଲେ । ଚିଲିକାରେ ସୃଷ୍ଟି ହେଉଥିବା ଅଚାନକ ଘୂଣ୍ଣି ବାତ୍ୟାରେ ବିଶେଷ ବିପଦ ଦେଖାଯାଇଥାଏ ଓ ରଖିବାର ସ୍ଥାନ ସଂକୋଜନ ଦୃଷ୍ଟି କୋଣରୁ ବୋଟ ଓ ଚାଳକ ସେଠାରୁ ବାହାରି ଆସିବାକୁ ବାଧ୍ୟ ହୁଅନ୍ତି । ଫଳରେ ବିପଦକୁ ସାମ୍ନା କରିବାକୁ ହୁଏ ।

ସଂଘର ଅନ୍ୟତମ ଉପଦେଷ୍ଟା ଗନ୍ତାୟତ ତରାଇ ଚିଲିକାରେ ସୁରକ୍ଷା ପଦକ୍ଷେପ ସହ ବିକାଶ ନେଇ ନିଜର ମତ ରଖିଥିଲେ । ବିଭିନ୍ନ ପର୍ବ , ବିଶେଷ କରି ଶୀତଋତୁ ସମୟରେ ପର୍ଯ୍ୟଟକଙ୍କ ଭିଡ ଯୋଗୁଁ ବିଭିନ୍ନ ଜେଟିମାନଙ୍କରେ ପର୍ଯ୍ୟପ୍ତ ପରିମାଣରେ ପୋଲିସର ମୁତୟନର ଆବଶ୍ୟକତା ରହିଛି । ସରକାର ସହଯୋଗ କଲେ ଆସନ୍ନ ବିପଦ ମୁକ୍ତ ଚିଲିକା ପରିଭ୍ରମଣ ସହଜ  ହୋଇପାରିବ ବୋଲି  ସମସ୍ତେ ମତ ଦେଇଥିଲେ।

ଚିଲିକା ତହସିଲଦାର ପ୍ରଦିପ କୁମାର ସାହୁ ସଭାକୁ ଅଧ୍ୟକ୍ଷତା କରିବା ସହ ସମସ୍ତ ଅଭିଯୋଗ ଓ ଆବଶ୍ୟକୀୟ ପଦକ୍ଷେପ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ସୂଚନା ଦେଇଥିଲେ ।ବୋଟ ମାଲିକ ଆବଶ୍ୟକୀୟ ଯାତ୍ରୀଙ୍କ ଠାରୁ କମ ସଂଖ୍ୟା ଯାତ୍ରୀ ନେବାସହ ସନ୍ଧ୍ୟା ପୂର୍ବରୁ ଫେରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ପୋଲିସ ପ୍ରଶାସନକୁ ଭିଡ ସମୟରେ ସହଯୋଗ କରିବା ଜରୁରୀ । ସାଧାରଣ ସଭାରେ ଯୋଗଦେଇଥିବା କମାଣ୍ଡାଣ୍ଟ ଶିବ ନାରାୟଣ ସିଂ ନିଜ ବକ୍ତବ୍ୟରେ ,ଚିଲିକା ମଝିରେ ଓ ପରିବେଶରେ ଥିବା ସମସ୍ତ ଧର୍ମପୀଠ, ପର୍ଯ୍ୟଟନସ୍ଥଳୀ ପରିସ୍କାର ରଖିବା ସହ ସରସ ସୁନ୍ଦର କରିବା ପାଇଁ  ଆହ୍ୱାନ କରିଥିଲେ ।

 ସାଧାରଣ ସଭାକୁ ସ୍ଥାନୀୟ ଏସ୍.ଡି.ପି.ଓ. ମାନସ ରଂଜନ ବାରିକ ଆୟୋଜନ କରିଥିଲେ। ଉପସ୍ଥିତ ଏଠାରେ ସମସ୍ତଙ୍କୁ ଏକତ୍ରିତ ଭାବେ ଉଦ୍ୟମ ସହ ଚିଲିକାରେ ଡଙ୍ଗାବୁଡିରୁ ରକ୍ଷା କରିବା ପାଇଁ ସହଯୋଗ ସହ ଶୃଙ୍ଖଳିତ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଥିଲେ।

You May Also Like

More From Author

+ There are no comments

Add yours