ବୁର୍ଜ ଖଲିଫାରେ ପଠାନ କ୍ରେଜ

ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମ ‘ପଠାନ’ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦୟସ୍ପନ୍ଦନ ସେତେ ବଢିଚାଲିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡ ଅଭିନେତା ଶାହରୁଖ ଖାନ । ବର୍ତମାନ ସେ ଦୁବାଇରେ ଅଛନ୍ତି । ସେଠାରେ ପଠାନ୍ରର କ୍ରେଜ୍ ପାଲଟିଛି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେବ ‘ପଠାନ’ ବିଷୟରେ ଏକ ଭିନ୍ନ ଉତ୍ସାହ ରହିଛି । ଦୁବାଇର ବୁର୍ଜ ଖଲିଫାରେ ‘ପଠାନ’ର ଟ୍ରେଲର ଦେଖାଯାଇଥିଲା । ପଠାନର ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି । ୟଶ ରାଜ ଫିଲ୍ମ ଦୁବାଇରେ ଏହି ବିଶେଷ ଘଟଣାର ଏକ ସ୍ୱତନ୍ତ୍ର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ପୋଷ୍ଟରେ ବୁର୍ଜ ଖଲିଫାରେ ପଠାନର ଟ୍ରେଲର ଦେଖିବାକୁ ମିଳିଛି । ଶାହାରୁଖ ଖାନ ଏଂଟ୍ରି କରିବା ମାତ୍ରେ ଖୁବ୍ ଜୋରରେ ଶଦ୍ଦ ବଢିଥିଲା । ଶାହାରୁଖ ଫ୍ୟାନଙ୍କ ମଧ୍ୟରେ ଥିବା କ୍ରେଜ ଦେଖି ସମସ୍ତେ ଆଶ୍ଟର୍ଯ୍ୟ ହୋଇଯାଇ ଥିଲେ । ଶାହାରୁଖଙ୍କ ପଠାନ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ବେଳେ ବଏକଟ୍ ପଠାନ ମଧ୍ୟ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛି । ଆଶା କରାଯାଉଛି ଯେ ପଠାନ ଭଲ ପ୍ରଦର୍ଶନ ଦେଖାଇବ । ଚଳଚ୍ଚିତ୍ରରେ ରୋମାନ୍ସ ଏବଂ ସସପେନ୍ସ ମଧ୍ୟ ଦେଖିବାକୁ  ମିଳିବ । ସମସ୍ତ ଦର୍ଶକ ୨୫ ଜାନୁଆରୀ ୨୦୨୩ ଶାହାରୁଖଙ୍କ ପଠାନ ରିଲିଜ ହେବ । ତାଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ନଜର ଆସିବେ । ଏହା ପରେ ଶାହାରୁଖଙ୍କ ଆଉ ଦୁଇଟି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଶାହାରୁଖଙ୍କ ହାତରେ ବଲିଉଡର ସବୁଠୁ ବଡ ଚଳଚ୍ଚିତ୍ର ରହିଛି । ଶାହାରୁଖ ଖାନ ରାଜକୁମାର ହିରାନୀଙ୍କ ସହ ‘ଡଙ୍କି’ରେ ମଧ୍ୟ ନଜର ଆସିବେ । ଏହା ବ୍ୟତୀତ ତାଙ୍କର ଆକ୍ସନ ପ୍ୟାକ୍ ‘ଜୱାନ୍’ ରେ ମଧ୍ୟ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ।

You May Also Like

More From Author

+ There are no comments

Add yours