ଅଣାୟତରେ ଚୀନ କରୋନା ସଂକ୍ରମଣ

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ଚୀନରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି । ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ ଚୀନ୍ରେ ୫୯,୯୩୮ କରୋନା ମୃତ୍ୟୁ ହୋଇଛି ବୋଲି ଚୀନ ଏନ୍ଏଚସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ଚୀନ୍ କେବଳ ହସ୍ପିଟାଲ୍ରେ ହୋଇଥିବା କରୋନା ମୃତ୍ୟୁର ତଥ୍ୟ ଦେଇଛି । କରୋନା ଭାଇରସ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା ହୋଇ ୫,୫୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪,୪୩୫ ଜଣଙ୍କର କରୋନା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହୋଇଛି । ଚୀନ୍ର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, କରୋନାରେ ମୃତ୍ୟୁ ଘଟିଥିବା ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ବୟସ ୬୫ରୁ ଅଧିକ । ଉଲ୍ଲେଖଯୋଗ୍ୟ, ଚୀନ୍ରେ କରୋନା କଟକଣା କୋହଳ ହେବା ପରଠାରୁ ସଂକ୍ରମଣ ବଢିଛି । ଚୀନ୍ ଏହାର କରୋନା କଟକଣା କୋହଳ ହେବା ପରଠାରୁ ସଂକ୍ରମଣ ବଢିଛି । ଚୀନ୍ ଏହାର କରୋନା ସଂକ୍ରମଣ ତଥ୍ୟ ଦେବା ବନ୍ଦ କରିଦେଇ ଥିଲା । କିନ୍ତୁ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ରାଷ୍ଟ୍ରମାନେ ଲଗାତାର ଚିନ୍ତା ପ୍ରକଟ କରିବା । ଏବଂ ଚୀନର ନିଷ୍ପତିକୁ ସମାଲୋଚନା କରିବା ପରେ ଚୀନ୍ ଆଜି ତଥ୍ୟ ଦେଇଛି । ତେବେ ଏହି ତଥ୍ୟକୁ ନେଇ ମଧ୍ୟ ଅନେକ ରାଷ୍ଟ୍ର ସନ୍ଦେହ ପ୍ରକଟ କରିଛନ୍ତି । ଏକ ନୂଆ ଅନୁଧ୍ୟାନ ଅନୁଯାୟୀ ଚୀନ୍ ରାଜଧାନୀ ବେଜିଂର ପ୍ରାୟ ସମସ୍ତ ୨୨ନିୟୁତ ଲୋକ ଜାନୁଆରୀ ଶେଷ ସୁଦ୍ଧା କୋଭିଡ୍ ସଂକ୍ରମିତ ହେବେ । ବେଜିଂର ପ୍ରାୟ ୭୬ ପ୍ରତିଶତ ଲୋକ ୨୦୨୨ ଡିସେମ୍ବର ସୁଦ୍ଧା ସଂକ୍ରମିତ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହି ସଂଖ୍ୟା ୯୨ ପ୍ରତିଶତରେ ପହଂଚିବ ବୋଲି ରିପୋର୍ଟରେ କୁହାଯାଇଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଆଗରେ ଅସହାୟ ଚୀନ ହାତ ଟେକିଦେଇଛି । ବେଜିଂ ଏବେ ଭୂତାଣୁଙ୍କ ସାଙ୍ଗରେ ବଂଚିବାକୁ ନିଷ୍ପତି ନେଇଛି । ଗତମାସରେ ଚୀନରେ ରୋଗୀ ଓ ମୃତକଙ୍କ ଦ୍ୱାରା ହସ୍ପିଟାଲ ଓ ମଶାଣି ସବୁ ଭର୍ତି ହୋଇଯାଇ ଥିଲା ।

You May Also Like

More From Author

+ There are no comments

Add yours