Thu. Oct 15th, 2026

ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ଶିଳାବତୀ ନାୟକଙ୍କ ମୃତ୍ୟୁ ପରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ତେଜୁଛି ଜନ ଅସନ୍ତୋଷ । ପରିବାରକୁ ଅନୁକମ୍ପା ରାଶି ସହ ମୃତ ଶିଳାବତୀଙ୍କ ନବଜାତ ଶିଶୁର ସମସ୍ତ ଭରଣ ପୋଷଣ ଦାୟୀତ୍ୱ କମ୍ପାନୀ କତ୍ତୃପକ୍ଷ ନିଅନ୍ତୁ ବୋଲି ଦାବି ହେଉଛି । ଏ ନେଇ ରାୟଗଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ତେଜସ୍ୱୀ ହୋଟେଲରେ ସାମ୍ବାଦିକ ସମିଳନୀରେ କିଛି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ଜମିହରା ଅଣ୍ଡରାକଞ୍ଚ ଗାଁର, ମଜୁରୀ ପାଇଁ ଆନ୍ଦୋଳନ କରିଥିବା ମହିଳାମାନଙ୍କୁ ପୋଲିସ ଗିରଫ କରି ନେଇଯାଇଥିଲା l ସେମାନଙ୍କ ମଧ୍ୟରୁ ୧୦ ତରିଖରେ ଜାମିନ ପାଇ ଆସିଥିବା ଜଣେ ଗର୍ଭବତୀ ମହିଳା ଶିଳାବତୀ ନାୟକ ଏକ ସନ୍ତାନ ଜନ୍ମ ଦେଇ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ପରେ କମ୍ପାନୀ ବିରୋଧରେ ଏକାଠି ହେଉଛନ୍ତି ସ୍ଥାନୀୟ ଲୋକେ । ମୃତ ଶିଳାବତୀଙ୍କ ପରିବାରକୁ ଅନୁକମ୍ପା ରାଶି ୧ କୋଟି ଦିଆଯିବାକୁ ଦାବି କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲକା କହିଛନ୍ତି l ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡାରେ ୧୭ ବର୍ଷ ତଳେ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିଥିଲା ଉତ୍କଳ ଆଲୁମିନା । ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନି । ତେଣୁ ଲୋକଙ୍କ ଜମି ଫେରାଇ କ୍ଷତିପୂରଣ ଦିଆଯାଉ, ଏନେଇ ଦାବି ଜୋର ହେଉଛି। କାରଖାନା ପାଇଁ ଦୁଇଟି ଗାଁ କରଳ ଓ ଡିମୁଣ୍ଡି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଭୟ ଗ୍ରାମକୁ ଶୀଘ୍ର ବିସ୍ଥାପନ ଗାଁ ଘୋଷଣା ସହ ଖଣି ଅଂଚଳରେ ଥିବା ଗାଁର ସମସ୍ୟା ଦୂର ପାଇଁ ସ୍ଥାନୀୟ ବିସ୍ଥାପିତ ଦାବି କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବା ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ୬ ଦଫା ଦାବି ପତ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ୧୫ ଦିନରେ ଦାବି ପୂରଣ ପାଇଁ ସମୟ ସୀମା ଦେଇଛନ୍ତି ।  ନଚେତ ଫେବୃଆରୀ ମାସ ୬ ତାରିଖ କାଶୀପୁର ଠାରେ ଏକ ବଡ ଧରଣର ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି । ଉତ୍କଳ ଆଲୁମିନାର ଜନ ବିରୋଧୀ ନୀତି ବିରୋଧରେ ଆୟୋଜିତ ସମ୍ୱାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପ୍ରଦେଶ ମହିଳା କଂଗ୍ରେସ ସଭାପତି ରତ୍ନମଣୀ ଉଲ୍ଲାକା, ବରିଷ୍ଟ କଂଗ୍ରେସ ନେତାଆପଲସ୍ୱାମୀ କାଡ୍ରାକା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସଲାମ ଖାଁ ଓ ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *