୩୦ ବର୍ଷରେ ୨୭ ବିମାନ ଦୁର୍ଘଟଣା… ଜାଣନ୍ତୁ ନେପାଳରେ ବିମାନ ଦୁର୍ଘଟଣାର କାରଣ କଣ?

ଶବ୍ଦ ଓଡିଶା ବ୍ୟୁରୋ: ନେପାଳର ପୋଖରାରେ ରବିବାର ମର୍ମନ୍ତୁଦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଥିବା ବେଳେ ସେଥିରେ ୫ ଭାରତୀୟ ଏବଂ ୧୪ ବିଦେଶୀ ନାଗରିକ ଥିଲେ । ଦୁର୍ଘଟଣା ପରେ ନେପାଳ କ୍ୟାବିନେଟର ଜରୁରୀ ବୈଠକ ଡକାଯାଇଥିଲା । ନେପାଳରେ ଏହିଭଳି ଦୁର୍ଘଟଣା ପ୍ରଥମ ଥର ନୁହେଁ । ପୂର୍ବରୁ ଅନେକ ସମୟରେ ଏଠାରେ ବିମାନ ଦୁର୍ଘଟଣା ହୋଇଥିଲା । ନେପାଳରେ ବିମାନ ଯାତ୍ରା ଯେମିତି ଅଭିଶପ୍ତ ହୋଇଯାଇଛି । କେବେ ପ୍ରଶ୍ନ ଉଠୁଛି କାହିଁକି ନେପାଳରେ ବିମାନ ଯାତ୍ରା ବିପଦପୂର୍ଣ୍ଣ ।
ଗତ ୩୦ ବର୍ଷର ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ ନେପାଳପେ ବିମାନ ଯାତ୍ରା ବିପଦପୂର୍ଣ୍ଣ । ଆଭିଏସନ ସେଫ୍ଟି ଡାଟା ବେସର ତଥ୍ୟ ଅନୁସାରେ, ନେପାଳରେ ଗତ ୩୦ ବର୍ଷରେ ୨୭ଟି ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏଥିରୁ କେବଳ ୨୦ଟି ଦୁର୍ଘଟଣା ଗତ ଏକ ଦଶକ ମଧ୍ୟରେ ହୋଇଛି । ଆସନ୍ତୁ ଜାଣିବା ନେପାଳରେ ବିମାନ ଦୁର୍ଘଟଣାର କାରଣ କଣ?
ନେପାଳରେ ବିମାନ ଦୁର୍ଘଟଣା ପଛରେ ଅନେକ କାରଣ ରହିଛି । ଏହାରି ମଧ୍ୟରୁ ପ୍ରମୁଖ କାରଣରୁ ଆବଡା ଖାବଡା ପାହାଡିଆ ଅଞ୍ଚଳ । ଏହା ବିମାନ ପାଇଁ ବଢାଇବାର କାମ କରୁଛି । ନେପାଳର ବିମାନ ବନ୍ଦର ପର୍ବତୀୟ କ୍ଷେତ୍ରରେ ଅବସ୍ଥିତ । ଏଠାରେ ଅଚାନକ ଭାବେ ପାଣିପାଗର ପରିବର୍ତ୍ତନ ଘଟିଥାଏ । ନୂଆ ବିମାନ ପାଇଁ ବୁନିଆଦୀ ଢାଞ୍ଚା ଏବଂ ସେହି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ନିବେଶର ଅଭାବ ପ୍ରମୁଖ କାରଣ । ନେପାଳର ପାର୍ବତୀୟ ଅଞ୍ଚଳରେ ପର‌୍ୟ୍ୟାପ୍ତ ପ୍ରଶିକ୍ଷିତ ଆଭିଏସନ କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି । ସେହଭଳି ବିମାନ ସେବା ଚଳାଇବା ପାଇଁ ଯେତିକି ପରିମାଣର କର୍ମଚାରୀଙ୍କ ଆବଶ୍ୟକତା ରହିଛି ସେତେ ପରିମାଣର ଷ୍ଟାପ ନାହାନ୍ତି । ଯାହାର ପ୍ରଭାବ ସିଧାସଳଖ ଭାବେ ପଡିଛି । ୟୁରୋପୀୟ ସଂଘ ୨୦୧୩ ମସିହାରେ ସୁରକ୍ଷା କାରଣରୁ ନେପାଳରେ ସମସ୍ତ ଏୟାର ଲାଇନ୍ସକୁ ନିଜରେ ବିମାନ କ୍ଷେତ୍ରରେ ଉଡାଣ ପାଇଁ ପ୍ରତିବନ୍ଧକ ଲଗାଇଥିଲା । ଏଠାକାର ଖରାପ ରେକର୍ଡକୁ ଦୃଷ୍ଟିରେ ରଖି ନେପାଳକୁ ୨୮ ଦେଶର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ ।

You May Also Like

More From Author

+ There are no comments

Add yours