ବିଜେପି ନେତାଙ୍କୁ ହତ୍ୟା ଧମକ ଦେଇ ମୁମ୍ବାଇରୁ ଯୁବକ ଗିରଫ।

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ନେତା ଓ ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ ପରିଛା । ଗତ କିଛି ଦିନ ପୂର୍ବରୁ ଯୁବକ ଜଣକ ମୁମ୍ବାଇ ସମେତ ଉତ୍ତର ପ୍ରଦେଶ, ହରିୟଣା ଓ ମହାରାଷ୍ଟ୍ରର ବହୁ ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡ଼ିଆ ମଧ୍ୟମରେ ହତ୍ୟା ଧମକ ପୂର୍ଣ୍ଣ ମେସେଜ ସହ କଲ୍ କରିଥିଲା । ଯାହାକୁ ନେଇ ମୁମ୍ବାଇ ବାଙ୍ଗୁରୁ ଲିଙ୍କ ରୋର୍ଡ ଥାନାରେ ଚଳିତ ମାସ ୫ ତାରିଖରେ ଏକ ମାମଲା ରୁଜୁ ହେବା ସହ ସଂପୃକ୍ତ ଯୁବକ ନାମରେ ମୁମ୍ବାଇ ସମେତ ହରିୟାଣା, ଉତ୍ତରପ୍ରଦେଶର ପ୍ରାୟ ୫ ଗୋଟି ଥାନାରେ ଆଇପିସି ଧାରା ୫୦୬)୫୦୭/୪୨୦ ଓ ଆଇଟି ଆକ୍କରେ ମାମଲା ରୁଜୁ ହୋଇଛି ।
ମୁମ୍ବାଇ ପୋଲିସ୍ ଗତ ୭ ତାରିଖ ଗାଁକୁ ଯାଇ ଯୁବକକୁ ୩ ଦିନ ରଖି ପଚାରାଉଚରା କରିବା ସହ ଯୁବକ ଠାରୁ ମୋବାଇଲ ଜବତ କରିଛି । ଯୁବକକୁ ୧୨ ତାରିଖରେ ପାରଳାଖେମୁଣ୍ଡି ସିଜେଏମ୍ କୋର୍ଟରେ ହାଜର କରି ଅଧିକ ପଚରାଉଚରା କରିବା ପାଇଁ ମୁମ୍ବାଇ ନେଇଯାଇଛି ।

You May Also Like

More From Author

+ There are no comments

Add yours