Thu. Oct 15th, 2026

ଗତ ଡିସେମ୍ବର 2022 14 ରେ ଟିକିରି (ରାୟଗଡା ଜିଲ୍ଲା )ଉତ୍କଳ ଆଲୁମିନା  କାରଖାନା ଆଗରେ ଅଣ୍ଡରାକଞ୍ଚ ଗ୍ରାମର କିଛିଲୋକ କାରଖାନା ରେ କୁଲି ମଜୁରୀ ପାଇଁ ଆନ୍ଦୋଳନ କରି ବସିଥିଲେ l ଏମାନେ ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ହୋଇଥିଲେ ଲନ୍ଦୋଳନ ସମୟରେ ପୋଲିସ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଚାପରେ ସଙ୍ଗୀନ ଦଫା ଲଗାଇ 15 ଜଣଙ୍କୁ ହାଜତ ରେ ଭର୍ତ୍ତି କରିଥିଲା l ସେଥି ମଧ୍ୟରୁ ଥିଲେ ଜଣେ ଗର୍ଭବତୀ ମହିଳା ଶ୍ରୀମତୀ ଶିଳାବତୀ ନାୟକ l ଦୀର୍ଘ ଦିନ ଜେଲରେ ରହି 10 ଜାନୁଆରୀ 2023 ରେ ଶିଳାବତୀ ଙ୍କୁ ଜାମିନ ମିଳିଥିଲା ଯେହେତୁ ସେ ଗର୍ଭବତୀ ଥିଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡା ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ କିନ୍ତୁ ଶିଳାବତୀ ଙ୍କ ଅବସ୍ଥା ବହୁତ ଗୁରୁତର ହେବାରୁ ତାଙ୍କୁ କୋରାପୁଟ ହସ୍ପିଟାଲ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବା ସମୟରେ ବାଟରେ ତାଙ୍କର  ମୃତ୍ୟୁ ହୋଇଯାଇଥିଲା l କୋରାପୁଟ ହସ୍ପିଟାଲ ରୁ ତାଙ୍କ ମୃତ୍ୟୁ ଶରୀର ତାଙ୍କ ଗ୍ରାମ ଅଣ୍ଡାରାକଞ୍ଚ ଅଣାଯାଇଛି ଅନ୍ତିମ ସଂସ୍କାର ନିମନ୍ତେ l

ଦୀର୍ଘଦିନ ଧରି ଉତ୍କଳ ଆଲୁମିନା କାରଖାନା କର୍ତ୍ତୃପକ୍ଷ ଙ୍କ ନିକଟରେ ଜମିହରା ପ୍ରଭାବିତ ନିଜର ଦାବି ଉପସ୍ଥାପନା କରିଆସୁଛନ୍ତି କିନ୍ତୁ ଏହାକୁ କର୍ଣ୍ଣପାତ କରୁନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ l ନିଜର ହକ ଦାବି ପାଇଁ ଆନ୍ଦୋଳନ କରୁଥିବା ନାରୀ ମାନଙ୍କୁ ପୋଲିସ ର ଭୟ ଦେଖାଇ କମ୍ପାନୀ କର୍ତ୍ତୃପକ୍ଷ ପୋଲିସ ଦ୍ୱାରା ମିଥ୍ୟା ମକଦମା ରୁଜୁ କରି ଉଠାଇ ନିଆଯାଉଥିବା ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୋଗ ହେଉଛି l ଏବେ ଆଇନ ର ରକ୍ଷକ ଭକ୍ଷକ ସାଜି ଲୋକଙ୍କୁ ଭୟ ର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି ଯାହାର ଉଦାହରଣ ସାଜିଛନ୍ତି ନିଜର ହକ ପାଇଁ ସଂଗ୍ରାମ କରି ମୃତ୍ୟୁ ବରଣ କରଥିବା ପୀଡିତା ଶ୍ରୀମତୀ ଶିଳାବତୀ ନାୟକ l

ଆଜିତେଶ ପଟ୍ଟନାୟକ, ଶବ୍ଦ ମିଡ଼ିଆ, ରାୟଗଡା

Leave a Reply

Your email address will not be published. Required fields are marked *