Thu. Oct 15th, 2026

ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତା ରେ ଗତ ବର୍ଷ ଡିସେମ୍ବର 26 ତାରିଖରେ ପୁରୀ ଠାରେ ଦଳ ର ପ୍ରତିଷ୍ଠା ଦିବସ  ପାଳନ କରାଯାଇଥିଲା l ରାଜ୍ୟ ର 147 ଟି ବିଧାନ ସଭା ନିର୍ବାଚନ ମଣ୍ଡଳ ରେ ଏହି ଦିବସ ପାଳନ କରାଯାଉଥିବା ବେଳେ ଆଜି ବିଷମକଟକ ନିର୍ବାଚନ ମଣ୍ଡଳ ରେ ଏହି କାର୍ଯ୍ର୍ୟକ୍ରମ ମହା ଆଡମ୍ବର ରେ ପାଳନ ହୋଇଯାଇଛି l ଆସିଥିବା ଅତିଥି ମାନେ ପ୍ରଥମେ ବିଜୁ ବାବୁ ଓ ଜଗନ୍ନାଥ ଠାକୁରଙ୍କ ଫୋଟୋ ନିକଟରେ ପୁଷ୍ପ ପ୍ରଦାନ ସହ ପ୍ରଦୀପ ପ୍ରଯ୍ୟଳିତ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଏଥିରେ କୋଲନରା, ବିଷମକଟକ, କଲ୍ୟାଣ ସିଂ ପୁର ଓ ମୁନିଗୁଡା ବ୍ଲକ ରୁ ହଜାର ହଜାର କର୍ମୀ ନେତା ଯୋଗଦାନ କରିଥିଲେ l ରାୟଗଡା ଜିଲ୍ଲା ର ବିଜୁ ଜନତା ଦଳର ସଭାପତି ଶ୍ରୀ ସୁଧୀର ଦାଶ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ଶାରକା,ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପୃଥିବୀ ରାଜ ସାହୁ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ରାୟଗଡା ର ବରିଷ୍ଠ ବିଜେଡି ଯୁବ ନେତା ସନ୍ତୋଷ କୁମାର ପାତ୍ର,ଜ଼ିଲ୍ଲା ବିଜୁ ଯୁବ ଜନତା ଦଳ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ ,ରାୟଗଡା ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ବିଷମକଟକ ଜ଼ିଲ୍ଲାପରିଷଦ ସଭ୍ୟା ବିଜୟଶାନ୍ତି କୁମ୍ବ୍ରିକା, ମୁନିଗୁଡା ଜ଼ିଲ୍ଲା ପରିଷଦ ସଭ୍ୟ ସନ୍ତୋଷସୁନା,କେସିଂପୁର ଜ଼ିଲ୍ଲା ପରିଷଦ ସଭ୍ୟ ବାରାଟମ ବାରା ପ୍ରସାଦ,ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ସମାଜସେବୀ ଗଗନ ଆଚାର୍ଯ୍ୟ, ବିଜେଡି ନେତା ରତନ ଲାଲ ଜୈନ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଜ୍ୟୋତି ପ୍ରସାଦ ସାହୁ,କୋଳନରା ବ୍ଲକ ରୁ ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡାଗୋରୀ ଓ ସନ୍ୟାସୀ ନାଇଡ଼ୁ ବୁଡୁଭାଇ, ବରିଷ୍ଠ ବିଜେଡି ଯୁବ ନେତା ନାନୁପଣ୍ଡା, ଶିବା ଯେସିଟି ଓ ବ୍ଲକ ଉପାଦକ୍ଷ ଦେବି ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବହୁ ସଂକ୍ଷକ ନେତା କର୍ମୀ ଯୋଗଦେଥିଲେ l ମନ୍ତ୍ରୀ ଶ୍ରୀ ଜଗନ୍ନାଥ ଶାରକା ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଓ ସଂଗଠନ ର ଆଗାମୀ ଦିନର କାର୍ଯ୍ୟକ୍ରମ ସବୁ ଆଲୋଚନା କରିଥିଲେ l ଜ଼ିଲ୍ଲା ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟ ରେ କହିଥିଲେ ଜେଉ ପର୍ଯ୍ୟନ୍ତ ମୋର ଶେଷ ରକ୍ତ ବିନ୍ଦୁ ଥିବ ସେପର୍ଯ୍ୟନ୍ତ ସେ ବିଜେଡି ପାଇଁ ଲଢ଼ିବି ମୁଖ୍ୟମନ୍ତ୍ରୀ ଓଡିଶା ର ବିକାଶ ପାଇଁ ଯେଉଁ ଚିନ୍ତାଧାରା ନେଇ ଆଗେଇ ଆସିଛନ୍ତି ତାହା କୁ ସାକାର କରିବା ନିମନ୍ତେ ବକ୍ତବ୍ୟ ରଖିଥିଲେ ଓ ସମସ୍ତେ ଆଗେଇ ଆସି ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବାକୁ ପଡିବ ‌ବୋଲି ଶ୍ରୀ ଦାସକହିଥିଲେ l
ଆଜିତେଶ ପଟ୍ଟନାୟକ, ଶବ୍ଦ ମିଡ଼ିଆ, ରାୟଗଡା

Leave a Reply

Your email address will not be published. Required fields are marked *