ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା,ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର : ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାଜ୍ୟର ୩୦ ଗୋଟି ନୂତନ ଥାନା ମଧ୍ୟରୁ ମୈଦଲପୁର ଫାଣ୍ଡି କୁ ଥାନା ର ମାନ୍ୟତା ପରେ ଆଜି ଭର୍ଚୁଆଲ ମୋଡରେ ଥାନା ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଫାଣ୍ଡି କୁ ନୂତନ ଭାବେ ମୈଦଲପୁର ଥାନା ଘୋଷଣା କରିଥିଲେ ଓ ଆଜି ମୈଦଲପୁର ଫାଣ୍ଡି କୁ ମୈଦଲପୁର ଥାନା ର ମାନ୍ୟତା ପାଇଛି। ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଥିବା କାରଣରୁ ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉ ଅବା ଅପରାଧ କୁ ରୋକିବା ଦିଗରେ ବେଶ ସହାୟକ ହେବ ଏହି ଫାଣ୍ଡି ଥାନା ହେବା ଫଳରେ ଲୋକ ମାନଙ୍କୁ ସୁରକ୍ଷା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ ପାଇଁ ସହାୟକ ହୋଇପାରିବ। ଦୀର୍ଘ 69ବର୍ଷ ଧରି ଏହି ଫାଣ୍ଡି କୁ ଥାନା ର ମାନ୍ୟତା ପ୍ରଦାନ ପାଇଁ ଦାବି ହେଉଥିଲା। ଏହାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ପୁରଣ କରିଛନ୍ତି।ଓଡିଶା ପୋଲିସ ଇତିହାସରେ ପ୍ରଥମ। ଓଡ଼ିଶାର 29 ଟି ଫାଣ୍ଡି କୁ ଥାନାର ମାନ୍ୟତା ମିଳିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଫାଣ୍ଡି କୁ ଜିଲ୍ଲାସ୍ତରରେ ପ୍ରଥମ ଆଦର୍ଶ ଥାନା ର ମାନ୍ୟତା ମିଳିଛି। ଏ ଅଞ୍ଚଳର ଲୋକମାନେ ଦିର୍ଘ 69 ବର୍ଷ ହେଲା ଫାଣ୍ଡି କୁ ଥାନାର ମାନ୍ୟତା ପ୍ରଦାନ ଦାବିରେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏହି ଅଭିଯୋଗ ଅନୁଯାୟୀ କିଛି ଦିନ ତଳେ ରାଜ୍ୟ ଗୃହମନ୍ତ୍ରାଳୟ ପକ୍ଷରୁ ଦିର୍ଘ ଦିନ ଧରି ପଡିରହିଥିବା ମୈଦଲପୁର ଫାଣ୍ଡିକୁ ଥାନାର ମାନ୍ୟତା ମିଳିଥିବା ନେଇ ଵିଗ୍ୟପ୍ତି ପ୍ରକାଶ ପାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳରେ ଏହି ଦିର୍ଘ ଦିନ ରହିଥିଵା ଫାଣ୍ଡିକୁ ଜିଲ୍ଲାର ନୂତନ ଆଦର୍ଶ ଥାନା ରୁପେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷା ଏସ୍ ଶୁସ୍ରି ଏସଡିପିଓ ଆଦିତ୍ୟ ସେନ୍ ଆଇଆଇସି ରାମେଶ୍ବର ପ୍ରଧାନ ଏବଂ ପୋଲିସ କର୍ମଚାରୀ ମାନଙ୍କୁ ସ୍ଵଛତା ବୃତ୍ତିଗତ ପାରଦର୍ଶିତା ନିଷ୍ଠାପରତା ଜନ ସାଧାରଣଙ୍କୁ ଉତ୍ତମ ବ୍ୟବହାର ପାଇଁ ଉପଦେଶ ଦେଇଥିବା ଦେଖିବାକୁ ମିଳିଥିଲା।ଏ ଅଞ୍ଚଳର 100 ଟି ଗାଁରୁ ଉର୍ଦ୍ଧ 30 ହଜାରୁ ଉର୍ଦ୍ଧ ଲୋକ ଏ ଫାଣ୍ଡି ଉପରେ ନିର୍ଭର କରୁଥିଲେ। କୈଣସି ଏତଲା କେସ୍ ରେଜିଷ୍ଟ୍ରେସନ ହେଲେ 20 କିଲୋମିଟରୁ ଉର୍ଦ୍ଧ ପାପଡାହାଣ୍ଡି ଥାନା କୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ।ମୈଦଲପୁର ଥାନା ହେଵା ଦ୍ଵାରା ଏ ଅଞ୍ଚଳର ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଵା ସହ ଖୁସିବକ୍ତ କରିଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷା ଏସ୍ ସୁଶ୍ରୀ କହିଥିଲେ କି ମୈଦଲପୁର ଟି ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସିମାନ୍ତଵର୍ତି ତେଣୁ ଦୁର୍ଘଟଣା ଗଞ୍ଜେଇ ମାଫିଆ ଅନେକ କ୍ରାଇମ୍ ଘଟୁଥଲା ଏଣୁ ମୈଦଲପୁର ଏକ ଫାଣ୍ଡି ଟି ଥାନା ହେଵାର ନିହାତି ଆବଶ୍ୟକ ଥିଲା ବିଳମ୍ବରେ ହେଲେ ମଧ୍ୟ ମୈଦଲପୁର ଫାଣ୍ଡିକୁ ଥାନା ହୋଇପାରିଛି ଓ ମୈଦଲପୁର ଅଞ୍ଚଳ ଏକ ଅଧିବାସୀ ଆଦୁଷିତ ଅଞ୍ଚଳ ହେଇ ଥୀବାରୁ ଜନ ସାଧାରଣ ଙ୍କୁ ଉଚିତି ତଦନ୍ତ କରି ନ୍ୟାୟ ପ୍ରଧାନ କରିବାକୁ ଅଧିକାରୀ ଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷା ଏସ୍ ସୁଶ୍ରୀ କହିଥିଲେ ! ଧି1ରେ ଧି1ରେ ଥାନା ରେ ମହିଳା କନେଷ୍ଟବଳ ଏବଂ ଅନ୍ୟ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯିବ ସେନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷା ଏସ୍ ସୁଶ୍ରୀ ।ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ସରଜେଣ୍ଟ ସାନ୍ତୁନୁ ପ୍ରଧାନୀ ରେ ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର ନବରଙ୍ଗପୁର ଡିଏସପି ଡଃ ଚନ୍ଦ୍ର ଶେଖର ହତା ଡିପିଓ ଡି ଲାକ୍ରା ଡିପିଓ ବି ତ୍ରିପାଠୀ ସମେତ ମୈଦଲପୁର ଥାନା ଅଧିକାରୀ ନଟବର ନନ୍ଦ ଏଏସ ଆଇ ଡି ଦେଭି କୁମାର୍ ଏ ଏସ୍ ଆଇ କମଳଲୋଚନ ନାୟକ କନେଷ୍ଟବଳ ଏସ୍ ଭାସ୍କର ରାଓ ପ୍ରଵିଣ ପାନ୍ଜିଆ ଗୋଣେଶ ପୁଜାରୀ କୁଶ ମାଝୀ ଗୃହରକ୍ଷୀ ଓ ଜିଲ୍ଲା ର ବିଭିନ୍ନ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ହଲଧର ନିଆଲ୍ ସ୍ଥାନୀୟ ବିଧାୟକ ମନୋହର ରନ୍ଦାରୀ ପୁର୍ବତନ ବିଧାୟକ ଭୁଜବଳ ମାଝୀ ତହସିଲଦାର ଯୋଗେଶ୍ୱର ଭୋଇ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଭାସ୍କର ରୋହିତ ଜିଲା ପରିଷଦ ଜୋନ-2 ସଭ୍ୟା ଡ଼ି ଲିପିକା ମାଝୀ ପାପଡାହାଣ୍ଡି ବ୍ଲକ ଵିଡିଓ ଶ୍ରୀମତୀ ରଂଜିତା ମଲ୍ଲିକ୍ ସମେତ ଅଞ୍ଚଳର ସରପଞ୍ଚ ସମିତି ସଭ୍ୟ ଏବଂ ମୈଦଲପୁର ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ।ନବରଙ୍ଗପୁର ଜିଲ୍ଲାରୁ ନିର୍ମଳ ବିଷୋୟୀ

You May Also Like

More From Author

+ There are no comments

Add yours