ବାଣପୁର ଓ ଚିଲିକା ବ୍ଲକର ସରକାରୀ ଯୋଜନାର ଅନୁଧ୍ୟାନ କଲେ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବ

ବାଣପୁର: ମହିଳା ଓ ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ସଚିବ ଶୋଭା ଶର୍ମା ଚିଲିକା ଓ ବାଣପୁର ବ୍ଲକର, ୫ଟି ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର,ସ୍ବୟଂ ସହାୟିକା ଗୋଷ୍ଠି ଓ ମତ୍ସ୍ୟ ବିଭାଗ ପରିଦର୍ଶନ କରିଛନ୍ତି।  ସରକାରଙ୍କ ବିଭିନ୍ନ ପ୍ରକଳ୍ପ କିଭଳି ଚାଲିଛି, ତଦାରଖ ପାଇଁ ବାଣପୁର ଓ ଚିଲିକା ବ୍ଲକରେ ପହଞ୍ଚି ଥିଲେ । ମହିଳାମାନଙ୍କ ଦିଆଯାଇଥିବା ସରକାରୀ ସହଯୋଗରେ ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ସ୍ଥିତି ଓ କେତେ ପରିମାଣ ଉପକୃତ ହୋଇଛନ୍ତି ତାର ତଦାରଖ କରିବା କରିଥିଲେ । ଦିନ ୧୧ଟା ୧୦ମିନିଟରେ ପ୍ରଥମେ ବାଣପୁର ବ୍ଲକରେ ପହଞ୍ଚି ଥିଲେ। ବାଣପୁର ବ୍ଲକର ନାଚୁଣୀ ପଂଚାୟତରେ ରିଭ୍ୟୁ ପରେ ମୋରାମରୀ ପଂଚାୟତର ଅନ୍ନପୂର୍ଣା ମା ବାହୁତୀ ଓ ମା ପାଣ୍ଡବାଶୁଣୀ ସ୍ବୟଂ ସହାୟିକା ସଂଘ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରକଳ୍ପ ଓ ଅର୍ଥର କାର୍ଯ୍ୟକାରିତା ତଦାରଖ କରିବା ସହ ବାଣପୁର ବ୍ଲକର ମହାରଥା ଆକ୍ୟୁ ଫାର୍ମର ବିଭିନ୍ନ ସରକାରୀ ସହଯୋଗରେ ପରିଚାଳିତ ସଂସ୍ଥାର ବିସ୍ତାର ବିବରଣୀ ସଂଗ୍ରହ କରିଥିଲେ । ଚିଲିକା ବ୍ଲକ ବଡକୂଳ ହାଇସ୍କୁଲ, ସି ଡି ଏ ନକଟସ୍ଥ ସ୍ବୟଂ ସହାୟିକା ସରକାରୀ ସହଯୋଗରେ ଚାଲୁଥିବା ଶୁଖୂଆ ପ୍ୟାକେଜିଂ ସଂସ୍ଥା, ବାୟୋ ଫକ୍ସ ମତ୍ସ୍ୟସଂସ୍ଥା ବଉଳାବନ୍ଧ ମହିଳା ସ୍ବୟଂ ସହାୟିକା ଗୋଷ୍ଠି ଦ୍ବାରା ପ୍ରସ୍ତୁତ ହେଉଥିବା ବ୍ୟାଗ ପ୍ରକଳ୍ପ ଓ ବଉଳାବନ୍ଧ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରୀ ସମସ୍ତ ବିବରଣୀ ସଂଗ୍ରହ କରିଥିଲେ।


 ମହିଳା ଓ ଶିଶୁବିକାଶର ମୁଖ୍ୟ ସଚିବଙ୍କ ସଙ୍ଗରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ବାଣପୁର ବ୍ଲକର ବିଡିଓ ଶ୍ରୀମତି ବୁଲବୁଲ୍ ବେହେରା, ଚିଲିକା ବ୍ଲକର ବି ଡିଓ ଜଗଦୀଶ ଷଡଙ୍ଗୀ, ଡିଏସଡବ୍ଲିଓ ଖୋର୍ଦ୍ଧା, ତଥା ଉଭୟ ବ୍ଲକର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

You May Also Like

More From Author

+ There are no comments

Add yours