ହକିର ବିଶ୍ୱ ମହାକୁମ୍ଭ,ବାଣପୁରରେ ସ୍ୱାଗତ ସମ୍ବର୍ଦ୍ଧନାର ପାଇଁ ଜୋରସୋର ପ୍ରସ୍ତୁତି

ବାଣପୁର: ହକି ବିଶ୍ୱକପ ହକିକୁ ନେଇ ଓଡିଶାରେ ଆୟୋଜନ ପରେ ସାରା ରାଜ୍ୟରେ ଉତ୍ସାହ । ଗାଁରୁ ସହର ସବୁଠି ସ୍ୱାଗତ ପାଇଁ ଆୟୋଜନ । ବାଣପୁର ଏନ୍ଏସିରେ ସ୍ୱାଗତ ପାଇଁ ଜୋରସୋର ପ୍ରସ୍ତୁତି ଦେଖିବାକୁ ମିଳିଛି । ବିଭିନ୍ନ ଛକରେ ହକି ବିଶ୍ବକପ ଫଟୋ ସହ ତୋରଣ ସଜ୍ଜା ଓ ବଡ ବଡ ହୋଡିଙ୍ଗ ଲାଗିଛି । ରାସ୍ତାର ଉଭୟ ପଟେ ପାଚେରୀରେ ବିଶ୍ୱକପର ଚିତ୍ର ଅଙ୍କାଯାଇଛି। ଆସନ୍ତା ୧୧ ତାରିଖରେ ସ୍ୱାଗତ ସାଙ୍ଗକୁ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ଭିତରେ କ୍ରୀଡା ପ୍ରତିଯୋଗିତା ଓ କୁନି କୁନି ପିଲାଙ୍କ ନାଚଗୀତର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ବାଣପୁର ଐତିହାସିକ ପଲଟଣ ପଡିଆରେ ଏ ନେଇ ପ୍ରସ୍ତୁତି ପର୍ବ ସରିଛି । ଏହାସହ ରାସ୍ତାଘାଟ ସୁସଜ୍ଜିତ କରାଯାଇଛି।
ଓଡିଶାରେ ବିଶ୍ୱ କପ ହକି ଆୟୋଜନ ସହ ବିଶ୍ୱ ହକି ଇତିହାସରେ ଓଡିଶା କିପରି ସମସ୍ତଙ୍କ ନଜରରେ ପରିଗଣିତ ହେବ, ସେ ନେଇ ସବୁଠି ତତ୍ପରତା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି, ସ୍ବାଗତ ସମାରୋହରେ ସମସ୍ତ ଜନସାଧାରଣ ସହଯୋଗ କରନ୍ତୁ । ଆୟୋଜନ ୨ଦିନ ପୂର୍ବରୁ ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ୱରେ କାଉନସିଲ ସଭାଗୃହରେ ବି ଡି ଓ ବାଣପୁର, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ଉପସ୍ଥିତିରେ ଏନ୍. ଏ. ସି ର ୧୫ ଓ୍ବାର୍ଡର କାଉନସିଲର, ସ୍ୱେଚ୍ଛାସେବୀ ଓ ବୁଦ୍ଧିଜିବୀ ଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ବସିଥିଲା। ଆଲୋଚନାରେ ଏନ୍ ଏ ସି କର୍ମଚାରୀ ଓ କର୍ମକର୍ତା ଉପସ୍ଥିତ ଥିଲେ।

You May Also Like

More From Author

+ There are no comments

Add yours