Thu. Oct 15th, 2026

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ବର୍ତ୍ତମାନ ହାଡ ଭଙ୍ଗା ଶୀତରେ ସବୁଠି ଲୋକେ ଶୀତ ବସ୍ତ୍ର ପିନ୍ଧି ଘରୁ ବାହାରିବାକୁ ରାଜି ନାହାନ୍ତି । ଅନ୍ୟପକ୍ଷେ କଂଗ୍ରେସର ଏହି ଭାରତ ଯୋଡୋ ଆନ୍ଦୋଳନରେ ଦେଖିବାକୁ ମିଳିଛି କିଛି କୌତୁହଳ କଥା । ଯାହାକୁ ନେଇ ଅନେକ ଟ୍ରୋଲ ମଧ୍ୟ ଆରମ୍ଭ ହୋଇପଡିଲାଣି । କେବଳ ଏକ ଟି-ସାର୍ଟ ପିନ୍ଧି ପଦଯାତ୍ରା କରୁଛନ୍ତି ରାହୁଲ ଗାନ୍ଧୀ । 

ହାଡ଼ଭଙ୍ଗା ଶୀତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶରୀରରେ କେବଳ ଟି-ସାର୍ଟଟିଏ ପିନ୍ଧି କିପରି ଯାତ୍ରା କରୁଛନ୍ତି ବୋଲି ବିପକ୍ଷ ଦଳର ନେତାମାନେ ପ୍ରଶ୍ନ କରିବା ପରେ ଏ ନେଇ ନିଜର ନୀରବତା ଭଙ୍ଗ କରିଛନ୍ତି ରାହୁଲ। ରାହୁଲ କହିଛନ୍ତି କି ସେ ମଧ୍ୟପ୍ରଦେଶରେ ‘ଭାରତ ଯୋଡ଼ୋ’ ଯାତ୍ରା କରୁଥିବା ବେଳେ ୩ ଜଣ ଗରିବ ଝିଅଙ୍କୁ ଭେଟିଥିଲେ। ଯେଉଁମାନେ କି ଚିରା ପୋଷାକ ପିନ୍ଧି ରାସ୍ତାରେ ବୁଲୁଥିଲେ। ସେହି ଝିଅମାନଙ୍କୁ ଦେଖିବା ପରେ ରାହୁଲ ଶୀତ ପୋଷାକ ନପିନ୍ଧିବା ପାଇଁ ଶପଥ ନେଇଥିଲେ।

ରାହୁଲ ତାଙ୍କର ମତ ରଖି କହୁଛନ୍ତି ଯେ ‘ଲୋକମାନେ ମୋତେ ପଚାରୁଛନ୍ତି ମୁଁ କିପରି ଟି-ସାର୍ଟ ପିନ୍ଧି ଯାତ୍ରା କରୁଛି? ମୋତେ ଶୀତ ହେଉଛି କି ନାହିଁ? ମୁଁ ଏହାର କାରଣ କହିବି। ଆମେ ଯେତେବେଳେ କେରଳରୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଥିଲୁ ତ ସେଠାରେ ସେ ସମୟରେ ଗରମ ଥିଲା। ମାତ୍ର ମଧ୍ୟପ୍ରଦେଶକୁ ପଶିବା ବେଳକୁ ଥଣ୍ଡା ପଡ଼ିଲାଣି। ସେଠାରେ ମୁଁ ୩ ଜଣ ଗରିବ ଝିଅଙ୍କୁ ଚିରା ପୋଷାକ ପିନ୍ଧି ରାସ୍ତାରେ ବୁଲୁଥିବାର ଦେଖିଲି। ସେହିଦିନଠାରୁ ମୁଁ ବି ନିଷ୍ପତ୍ତି ନେଲି ଯେ ମୁଁ ବି ଟି-ସାର୍ଟ ବ୍ୟତୀତ ଅନ୍ୟ କୌଣସି ପୋଷାକ ପିନ୍ଧିବି ନାହିଁ।’ ରାହୁଲ ହରିଆଣାର ଅମ୍ବଲାରେ ଗତ ସଂଧ୍ୟାରେ ଏକ ବୈଠକରେ ଯୋଗ ଦେଇ ଏପରି କହିଛନ୍ତି।

Leave a Reply

Your email address will not be published. Required fields are marked *