ଥରୁଛି ସାରା ଓଡିଶା, ସତର୍କ କଲା ପାଣିପାଗ ବିଭାଗ । ପ୍ରବଳ ଶୀତ ନେଇ ଆଗାମୀ ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣଂ ଜାରି ।

ଶବ୍ଦ ଓଡିଶା ବ୍ୟୁରୋ: ଶୀତରେ ଥରିବ ସାରା ଓଡିଶା । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଏହିଭଳି ଶୀତ ଜାରିରହିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲା ପାଇଁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ରବିବାର ସକାଳ ସାଢେ ୮ଟା ଯାଏ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହର ଜାରିରହିବ । ଏ ସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ପଟେ ରବିବାର ସକାଳ ସାଢେ ୮ଟାରୁ ସୋମବାର ସକାଳ ସାଢେ ୮ଟା ଯାଏ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରିରହିବ । ଏହି ସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।

You May Also Like

More From Author

+ There are no comments

Add yours