ବଢିଲା ଭିତରକନିକାରେ ପକ୍ଷୀ ସଂଖ୍ୟା

ବଢିଲା ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ । ଗତ ବର୍ଷ ତୁଳନାରେ ଏବର୍ଷ ପକ୍ଷୀ ଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି । ଭିତରକନିକାରେ ୧ଲକ୍ଷ ୩୮ ହଜାର ୧୦୭ଟି ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ୧୮୫୨ଟି ଅଧିକା ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ବିଶ୍ୱ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ର ଏକ ନିଜସ୍ୱ ପରିଚୟ ରହିଛି , ନ ବିଶାଳ ନୀଳ ଜଳରାଶି , ଘଂଚ ଜଙ୍ଗଲ ବଉଳା କୁମ୍ଭୀର , ବିଭିନ୍ନ ପ୍ରଜାତିର ପକ୍ଷୀ , ବନ୍ୟଜନ୍ତୁ ଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ ।

ଭିତରକନିକା ଜାତୀୟ ଉଦ୍ୟାନ ରେ ଥିବା ଲୁଣା ଜଙ୍ଗଲ ହେଉଛି ବିଶ୍ୱ ର ୨ୟ ସର୍ବବୃହତ ଲୁଣା ଜଙ୍ଗଲ । ମହାନଦୀ, ବ୍ରାହ୍ମଣୀ ବୈରତଣୀ ର ତ୍ରିକୋଣ ରେ ସଂଗଠିତ ପ୍ରକୃତି ର ଅନନ୍ୟ ସୃଷ୍ଟି ଭିତରକନିକା ଜାତୀୟ ଉଦ୍ୟାନ ।
ଏହାର ସୌନ୍ଦର୍ଯ୍ୟ ଯେମିତି ଲୋକଙ୍କୁ କୋଳେଇ ନେଉଛି , ସେମିତି ପକ୍ଷୀମାନେ ଘଂଚ ଜଙ୍ଗଲ ରେ ନିଜକୁ ସୁରକ୍ଷିତ ମଣୁଛନ୍ତି । ସାରା ବିଶ୍ୱ ରୁ କୋଣ ଅନୁକୋଣ ରୁ ବିଭିନ୍ନ ପ୍ରଜାତିର ପକ୍ଷୀ ମାନେ ଉଡି ଆସନ୍ତି । ସେଠାରେ ଥିବା ଛୋଟ ଛୋଟ ଜଳାଶୟ ରେ ପ୍ରଚୁର ମାତ୍ରାରେ ଖାଦ୍ୟ ରହିବା କାରଣ ରୁ ପକ୍ଷୀ ମାନେ ବହୁ ଦୁରପୂରାନ୍ତରୁ ଉଡିଆସନ୍ତି । ପ୍ରତ୍ିବର୍ଷ ପକ୍ଷୀ ଗଣନା କରାଯାଏ ଓ ଏବର୍ଷ ମଧ୍ୟ ପକ୍ଷୀଗଣନା କରାଯାଇଥିଲା, କିନ୍ତୁ ଆସ୍ୱସ୍ତ ର କଥା ଏଥର ଯୋଉଁ ରିପୋର୍ଟ ଆସଛି ଜଣାପଡୁଛି ପୂର୍ବ ବର୍ଷ ଅପେକ୍ଷା ଏହିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଛି, ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି । ଏହା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ବୋଲି କୁହାଯାଇପାରିବ ।

You May Also Like

More From Author

+ There are no comments

Add yours