ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ କାରଣ ପଦକ୍ଷେପର ସମୀକ୍ଷା ପାଇଁ ଚିଠି ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି । ଏହା ବାବଦରେ ସମୀକ୍ଷା କରିବାକୁ କୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ସ୍ଥିତି ଉଦବେଗଜନକ ଥିବାରୁ ଏହା ଉପରେ ସମୀକ୍ଷା କରିବାକୁ କୋର୍ଟ ଚିଠିରେ ଉଲ୍ଲେଖ କରିଛନ୍ତି ।
କମିଟି ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ସଡକର ସୁରକ୍ଷା ପାଇଁ ଅତୀତରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି, ବର୍ତ୍ତମାନ ଏହା ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ଏହାର ସମୀକ୍ଷା କରନ୍ତୁ । ଦୁର୍ଘଟଣା କମାଇବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ ସେନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି । ଆମ ରାଜ୍ୟରେ ପ୍ରତିବର୍ଷ ସଡକ ଦୁର୍ଘଟଣା ବଢିବଢି ଚାଲିଛି । ଏହା ୭ ବର୍ଷରେର ୨୯ପ୍ରତିଶତ ବଢିଛି ।

You May Also Like

More From Author

+ There are no comments

Add yours