ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତବୟସ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ପରିସରଭୁକ୍ତ ନୁହେଁ

ଶବ୍ଦ ଓଡିଶା ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ ନୁହେଁ । ଓଡିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ଅନେକ ସମୟରେ ମହିଳାମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖୁଛନ୍ତି । ଏହି କ୍ଷେତ୍ରରେ ଦୁଷ୍କର୍ମ ସଂକ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ । ଆଇପିସିର ଦଫା ୩୭୫ ଅନୁସାରେ ପୀଡିତାଙ୍କ ସହ ଘଟିଥିବା ଯୌନ ନିର‌୍ୟାତନା ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରିରୀକ ସମ୍ପର୍କ ରଖିବା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି କୋର୍ଟ ରାୟରେ କହିଛନ୍ତି । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଦୁଷ୍କର୍ମ ମାମଲାର ଶୁଣାଣି କରି ଏହିଭଳି ରାୟ ଶୁଣାଇଛନ୍ତି ।

You May Also Like

More From Author

+ There are no comments

Add yours