ବାଣପୁର ବ୍ଲକରେ ସମାଜସେବୀ ନମିତା ନାୟକଙ୍କ ଶୀତବସ୍ତ୍ର ବଣ୍ଟନ।

ଶବ୍ଦ ଓଡିଶା ବ୍ୟୁରୋ: ଶୀତବସ୍ତ୍ର ବଣ୍ଟନ କଲେ ମହିଳା ସମାଜସେବୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ସମାଜସେବୀ ନମିତା ନାୟକ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ଅନେକ ସମୟ ଧରି ସେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହାୟତା କରି ଆସୁଛନ୍ତି । ଲୋକଙ୍କ ପାଖରେ ପହଞ୍ଚି ସେ ସହାୟତା ପ୍ରଦାନ କରୁଛନ୍ତି । ନିକଟରେ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ବଢିଚାଲିଥିବା ବେଳେ ତାଙ୍କର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଅବସରରେ ସ୍ଥାନୀୟ ବିଜେଡି ବ୍ଲକ ସଭାପତି କଳ୍ପନା ସେଣ, ବରିଷ୍ଠ କର୍ମୀ ରାମଚନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ମିଳିତ ଭାବେ ଏହି କାମରେ ସାମିଲ ରହିଥିଲେ।

You May Also Like

More From Author

+ There are no comments

Add yours