ଶବ୍ଦ ଓଡିଶା ବ୍ୟୁରୋ: ମିଳିତ ଜାତିସଂଘ ଶାନ୍ତିରକ୍ଷା ପାଇଁ ସବୁଠାରୁ ଅଧିକ ସୈନ୍ୟ ପଠାଉ ଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ । ତେବେ ବର୍ତ୍ତମାନ ଶାନ୍ତି ରକ୍ଷା ପାଇଁ ଭାରତ ମହିଳା ଶାନ୍ତିରକ୍ଷକଙ୍କ ଗୋଟିଏ ପ୍ଲାଟୁନକୁ ପ୍ରସ୍ତୁତ କରି ନିୟୋଜିତ କରିଛି । ଭାରତ ୨୦୦୭ରୁ ବର୍ତ୍ତମାନ ଯାଏ ମିଳିତ ଜାତିସଂଘର ମିଶନରେ ସବୁଠାରୁ ବଡ ମହିଳା ପ୍ଲାଟୁନର ନିୟୋଜିତ କରିବାକୁ ଯାଉଛି । ଏହି ପଦକ୍ଷେପ ଯୋଗୁଁ ଶାନ୍ତିରକ୍ଷକ ସେନାରେ ମହିଳାଙ୍କ ସଂଖ୍ୟା ମହତ୍ତ୍ୱପୂର୍ଣ୍ଣ ଭାବେ ବଢାଇଦିଆଯାଇଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ଏନେଇ ଟ୍ୱିଟ୍ କରି ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହା ପୂର୍ବରୁ ପ୍ରଥମ ଥର ପାଇଁ ୨୦୦୭ରେ ଲାଇବେରିଆରେ ମହିଳା ଶାନ୍ତି ରକ୍ଷକଙ୍କ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏହା ପରେ ଭାରତର ଏହା ସବୁଠାରୁ ବଡ ଶାନ୍ତିରକ୍ଷା ମହିଳା ପ୍ଲାଟୁନ୍ । ମିଳିତ ଜାତିସଂଘର ପୂର୍ବତନ ମହାସଚିବ ବାନ କି ମୁନ୍ ମଧ୍ୟ ଲାଇବେରିଆରେ ନିୟୋଜିକ ଭାରତର ମହିଳା ଶାନ୍ତିରକ୍ଷା ପ୍ଲାଟୁନର ସଫଳତାକୁ ପ୍ରଶଂସା କରିସାରିଛନ୍ତି । ଏହାକୁ ସେ ପ୍ରେରଣା ଭାବେ ନେବାକୁ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଭାରତ ମିଳିତ ଜାତିସଂଘକୁ ଶାନ୍ତି ରକ୍ଷକ ପଠାଇବାରେ ଦ୍ୱିତୀୟ ବୃହତ୍ତମ ଦେଶ ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ସାପର ଧମକ୍,ଦଂଶନ କରିବି
July 13, 2024
ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ ବୟାନ
April 20, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours