କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଶବ୍ଦ ଓଡିଶା ବ୍ୟୁରୋ: କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଜାତୀୟ ଉଦ୍ୟାନ ବାହାରେ ଥିବା ବିଭିନ୍ନ ନଦୀନାଳରେ କୁମ୍ଭୀର ଗଣନା କରାଯାଉଛି । ଗତବର୍ଷ ୨୦୨୨ ଜାନୁଆରୀରେ ହୋଇଥିବା ଗଣନାରେ ଭିତରକନିକାରେ ୧୭୮୪ରେ ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଏହି ଗଣନାରେ ସାମିଲ ହୋଇଛନ୍ତି । ଏନେଇ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।

You May Also Like

More From Author

+ There are no comments

Add yours