Wed. Oct 14th, 2026

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷରେ ଘଟିଥିବା ହୃଦୟ ବିଦାରକ ଘଟଣା ସାରା ଦେଶକୁ ଚହଲାଇ ଦେଇଛି। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ୩ଦିନ ବିତିଥିବା ବେଳେ ଏବେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ଦିନ ଅଞ୍ଜଳିଙ୍କ ସହ ତାଙ୍କର ଜଣେ ବନ୍ଧୁ ଥିଲେ ବୋଲି ଜଣାପଡିବା ପରେ ପୁଲିସ ତାଙ୍କୁ ଡକାଇ ପଚରାଉଚରା କରିଥିଲେ।

ପଚରାଉଚୁରା ବେଳେ ଅଞ୍ଜଳିଙ୍କ ସାଙ୍ଗ ନିଧି ପୁଲିସକୁ କହିଛନ୍ତି ଯେ, କାରଟି ସ୍କୁଟିକୁ ପିଟିବା ପରେ ଆମେ ଦୁହେଁ ତଳେ ପଡ଼ିଯାଇଥିଲୁ। ପରେ କାରଟି ମୋ ଉପରେ ଚଢ଼ିବାକୁ ଆସୁଥିବା ବେଳେ ମୁଁ ବହୁ କଷ୍ଟରେ ନିଜକୁ ବଞ୍ଚାଇଥିଲି। ହେଲେ ପରେ କାରଟି ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲା। ମୁଁ ତାଙ୍କୁ ଧରିବାକୁ ଚାହୁଁଥିଲେ ମଧ୍ୟ ଧରିପାରିନଥିଲି। ଅଞ୍ଜଳି ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥିଲେ ବି କାର୍ ଭିତରେ ବସିଥିବା ଲୋକ ଶୁଣିନଥିଲେ। ଅନ୍ୟପକ୍ଷରେ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଗାଡି ଚଳାଉଥିବା ଅଭିଯୁକ୍ତ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ସେମାନେ ନିଶାଗ୍ରସ୍ତ ଥିଲେ। ଅଞ୍ଜଳିଙ୍କ ସ୍କୁଟି ସହ କାର୍ ଧକ୍କା ହେବାରୁ ଧରାପଡ଼ିବା ଡର‌ରେ ଆମେ ଘଟଣାସ୍ଥଳରେ ନଅଟକି ସେଠାରୁ ଚାଲିଆସିଥିଲୁ। କିଛି ବାଟ ଆସିବା ପରେ ମୋତେ ଗାଡି ତଳେ କିଛି ଲାଗିଥିବା ଭଳି ଅନୁଭବ ହୋଇଥିଲା। ଏନେଇ ମୁଁ କାରରେ ଥିବା ଅନ୍ୟ ୪ଜଣଙ୍କୁ କହିଥିଲେ ବି ସେମାନେ ନଅଟକି ଗାଡ଼ି ଚଳାଇବାକୁ କହିଥିଲେ। ଅଞ୍ଜଳି ଗାଡ଼ି ତଳେ ଲାଖି ଯାଇଥିବା ବିଷୟରେ ଆମକୁ ଜଣାନଥିଲା।

Leave a Reply

Your email address will not be published. Required fields are marked *