ଉଦଘାଟିତ ହେବ ବିଶ୍ୱର ଦୀର୍ଘତମ ରିଭର୍ କ୍ରୁଜ,ବାରାଣସୀରୁ ଦିବ୍ରୁଗଡ ୩୨ ଶହ କିମି କରିବ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୩ରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜର ଉଦଘାଟନ କରିବେ । ଏହି କ୍ରୁଜ ଉତ୍ତରପ୍ରଦେଶ ବାରାଣସୀରୁ ତାର ଯାତ୍ରା ଆରମ୍ଭ କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ । ୫୦ ଦିନରେ ଏହିକ୍ରୁଜ ଗଙ୍ଗା-ଭାଗିରଥୀ-ହୁବଳୀ-ବ୍ରହ୍ମପୁତ୍ର ସହ ୨୭ଟି ନଦୀ ଦେଇ ମୋଟ ୩୨୦୦ କିମିର ଦୂରତା ଅତିକ୍ରମ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ରେ କହିଥିଲେ ଯେ ଏହି କ୍ରୁଜ ବିଶ୍ୱର ସବୁଠାରୁ ସୁନ୍ଦର କ୍ରୁଜ । ଏହା ଦ୍ୱାରା ଭାରତରେ ବଢୁଥିବା ପର୍ଯ୍ୟଟନକୁ ଆଉ ଗୋଟିଏ ସଫଳତା ମିଳିବ । ମୋର ପଶ୍ଚିମବଙ୍ଗବାସୀଙ୍କୁ ଅନୁରୋଧ ଯେ ସେମାନେ ଏହାର ଭରପୂର ଫାଇଦା ଉଠାନ୍ତୁ । ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ ବିଭିନ୍ନ ଯୋଜନାର ଉଦଘାଟନ ବେଳେ ଏନେଇ ଅବଗତ କରାଇଥିଲେ । ଏଥିରେ ସେ ଘୋଷଣା ମଧ୍ୟ କରିଥିଲେ ଯେ ଜାନୁଆରୀ ୧୩ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି ।

ସୂଚନା ଅନୁସାରେ ନିଜର ଯାତ୍ରାରେ ଏହି କ୍ରୁଜ ବିଭିିନ୍ନ ଐତିହାସିକ ସ୍ଥାନ ସହିତ ୫୦ଟି ପର୍ଯ୍ୟଟନ କେନ୍ଦ୍ରର ଦର୍ଶନ କରାଇବ । ଏଥିରେ ବାରାଣସୀର ଗଙ୍ଗା ଆଳତୀ, କାଜିରଙ୍ଗା ଜାତୀୟ ଉଦ୍ୟାନ, ସୁନ୍ଦରବନ ଭଳି ଅଞ୍ଚଳ ରହିଛି । ବାଂଲାଦେଶରେ କେବଳ ଏହି କ୍ରୁଜ ୧୧୦୦ କିଲୋମିଟର ଯାତ୍ରା କରିବ । ଏହାକୁ ଗୋଟିଏ ବେସରକାରୀ ସଂସ୍ଥା ପରିଚାଳନା କରିବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପୂରା ଧ୍ୟାନ ଜଳମାର୍ଗର ବିକାଶ ଉପରେ ରହିଛି । ବିଭାଗ ଏହା ଉପରେ ଗମ୍ଭୀରତାର ସହ କାମ କରୁଛି । କ୍ରୁଜର ସଫଳ ସଞ୍ଚାଳନ ସହ ଜେଟ୍ଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ନିକଟରେ ବନ୍ଦର ପରିବହନ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନିୱାଲ କହିଥିଲେ, ତଟୀୟ-ନଦୀ ପରିବହନ, କ୍ରୁଜ ସେବା କେନ୍ଦ୍ର ସରକାରଙ୍କ ମୁଖ୍ୟ ପ୍ରାଥମିକତାରେ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କେନ୍ଦ୍ର ସରକାର ଦେଶର ୧୦୦ ଜଳମାର୍ଗ ନିର୍ମାଣ ପାଇଁ ଯୋଜନା କରିଛନ୍ତି । ଏହା ସହ ଜଳମାର୍ଗରେ କ୍ରୁଜ ସିପ୍ ସଞ୍ଚାଳନର ଯୋଜନା ମଧ୍ୟ କରିଛନ୍ତି । ସେହିଭଳି କାର୍ଗୋ ସେବାକୁ ମଧ୍ୟ ପ୍ରାଥମିକତାରେ ସାମିଲ କରାଯାଇଛି । ପୁରୁଣା ସମୟରେ ଜଳମାର୍ଗରେ ବ୍ୟବସାୟ ବାଣିଜ୍ୟ ପର୍ଯ୍ୟଟନର ସବୁଠାରୁ ବଡ ସାଧନ ମଧ୍ୟରୁ ଗୋଟିଏ ଥିଲା । ଏହି କାରଣରୁ ନଦୀ-ସମୁଦ୍ରର କୂଳରେ ଥିବା ସହର ଗୁଡିକ ବିକାଶର ଚରମ ସୀମାରେ ପହଞ୍ଚିସାରିଥିଲେ । ସେଠାରେ ଉଦ୍ୟୋଗର ମଧ୍ୟ ବିକାଶ ହୋଇପାରିଥିଲା ।

You May Also Like

More From Author

+ There are no comments

Add yours