କେନ୍ଦ୍ର ସରକାର ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବଢାଇଲେ ସୁରକ୍ଷା,ଗୃହ ମନ୍ତ୍ରାଳୟ ଯୋଗାଇଲେ ଜେଡ୍ ପ୍ଲସ୍ ସୁରକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ସୁରକ୍ଷା ବଢାଇଦିଆଯାଇ । ଗୁଇନ୍ଦା ସୂଚନା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର କମାଣ୍ଡୋ ରାଜ୍ୟପାଳଙ୍କୁ ସୁରକ୍ଷା ପ୍ରଦାନ କରିବେ । ରାଜ୍ୟପାଳ ହେବା ପୂର୍ବରୁ ସିବି ଆନନ୍ଦ ବୋଷ ପଶ୍ଚିମବଙ୍ଗ ନିର୍ବାଚନ ବେଳେ ହୋଇଥିବା ହିଂସାର ଯାଞ୍ଚ କମିଟିରେ ସାମିଲ ଥିଲେ ।
ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡା. ସିବି ଆନନ୍ଦ ବୋଷଙ୍କୁ ୨୦୨୨ ନଭେମ୍ବରରେ ପଶ୍ଚିମବଙ୍ଗର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। କେରଳ କ୍ୟାଡରର ୧୯୭୭ ବ୍ୟାଚର ଆଇଏଏସ ଅଧିକାରୀ କଲେକ୍ଟରରୁ ରାଜ୍ୟପାଳ ହେବାର ଗୌରବ ହାସଲ କରିଛନ୍ତି । ୨୦୧୧ରେ ଅବସର ନେବା ପୂର୍ବରୁ ସେ ନ୍ୟାସନାଲ ମ୍ୟୁଜିୟମରେ ପ୍ରଶାସକ ଭାବେ କାମ କରିଥିଲେ । କେନ୍ଦ୍ର ସରକାରରେ ମଧ୍ୟ ସେ ବିଭିନ୍ନ ପଦପଦବୀରେ କାମ କରିଥିଲେ ।

You May Also Like

More From Author

+ There are no comments

Add yours