ଜନତା ଷ୍ଟାଡୟମ କୁହୁଡିରେ ସରିଲା ୬୩ତମ ସର୍ବ ଭାରତୀୟ ” ମହାବୀର କପ ଫୁଟବଲ ଟୁଣ୍ଣାମେଣ୍ଟ”

ଜନତା ଷ୍ଟାଡୟମ କୁହୁଡିରେ ସରିଲା ୬୩ତମ ସର୍ବ ଭାରତୀୟ ” ମହାବୀର କପ ଫୁଟବଲ ଟୁଣ୍ଣାମେଣ୍ଟ” । କୁହୁଡି ଜନତା ଷ୍ଟାଡିୟମରେ ୯ଦିନ ବ୍ୟାପୀ ଚାଲିଥିବା ” ମହାବୀର କପ ” ସର୍ବଭାରତୀୟ ଫୁଟବଲ  ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ ଭାଗନେଇଥିଲେ ଚେନ୍ନାଇ ପୋଲିସ ବନାମ ପୁଡୁଚେରୀ । ନିର୍ଦ୍ଧାରିତ ୯୦ ମିନିଟ ଖେଳରେ ଉଭୟ ପକ୍ଷ ୧–୧ ଗୋଲ ଦେବାରୁ ଅମିମାଂସିତ ଭାବେ ଶେଷ ହୋଇଥିଲା ମ୍ୟାଚ । ଟ୍ରାଇବେକର ପଦ୍ଧତିରେ ପୁଡୁଚେରୀ ୫—୪ଗୋଲରେ ବିଜୟୀ ହୋଇ ନଗଦ ୫୦,୦୦୦ହଜାର ସହ ବିଜୟୀ ଟ୍ରଫି ,ଚେନ୍ନାଇ ପୋଲିସ ନଗଦ ୩୦,୦୦୦ ହଜାର ସହ ବିଜେତା ଓ ରନର୍ସଅପ ଟ୍ରଫି ମୁଖ୍ୟ ଅତିଥି ତଥା ରାଜ୍ୟସଭା ସଦସ୍ୟ ଶ୍ରୀ ସସ୍ମିତ ପାତ୍ର ଓ ଶ୍ରୀ ମାନସ ରଂଜନ ମଙ୍ଗରାଜଙ୍କ ଠାରୁ ଗ୍ରହଣ କରିଥିଲେ। ମ୍ୟାନ ଅଫ୍ ଦ ମ୍ୟାଚ ପୁଡୁଚେରୀର ଖେଳାଳୀକୁ ରାଜ୍ୟ ସଭା ସଦସ୍ୟ ଶ୍ରୀ ମୁନ୍ନା ଖାନ ପୁରସ୍କାର ପ୍ରଦାନ କରିଥିବା ବେଳେ ଅନ୍ୟ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଧାୟକ ଉମା ଶଂକର ସାମନ୍ତାରାୟ, ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ ଓ ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ ପୁରସ୍କୁତ କରିଥିଲେ। ଶୃଙ୍ଖଳିତ ଖେଳ ପ୍ରଦର୍ଶନ ପାଇଁ ଚେନ୍ନାଇ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରଶ୍ମୀ ମାନଧାତା ଓ ଅନ୍ନପୁର୍ଣ୍ଣା ଫାଇନାନ୍ସର ଏମ୍ ଡି. ସଂଜୟ କୁମାର ପଟ୍ଟନାୟକ।


ସ୍ଥାନୀୟ  କୁହୁଡି ମହାବୀର କ୍ଲବ ଦ୍ବାରା ଆୟୋଜନ କରାଯାଇଥିବା ୯ଦିନ ବ୍ୟାପି ଏହି ଟୁଣ୍ଣାମେଣ୍ଟକୁ ସ୍ଥାନୀୟ ଜନ ସାଧାରଣଙ୍କ ଅକୁଣ୍ଠା ସହଯୋଗ କରିଥିଲେ । ୧୯୬୮ ମସିହାରୁ ଦୀର୍ଘ ୬୩ ବର୍ଷ ହେବ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଆସୁଛି । ତେଣୁ ଖେଳପଡିଆର ବିକାଶ ପାଇଁ ଉଦ୍ୟମ ହେବା ଜରୁରୀ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ଅନ୍ୟପଟେ ଅତିଥି ମାନେ ଭବିଷ୍ୟତରେ ଖେଳପଡିଆର ବିକାଶ ନେଇ ପ୍ରତିଶୃତି ଦେଇଥିଲେ ।

You May Also Like

More From Author

+ There are no comments

Add yours