ସନ୍ୟାସ ନେବେ ୩ ବରିଷ୍ଠ ନେତା

ଦେଶର ସବୁଠାରୁ ପୁରାତନ ରାଜନୈତିକ ଦଳ କଂଗ୍ରେସ । ୬୦ ବର୍ଷରୁ ଉର୍ଦ୍ଦ ସମୟ ଧରି ଦେଶକୁ ଶାସନ କରିଛି । ଆଜି ସେହି ଦଳକୁ ୩ଟି ରାଜ୍ୟରେ ସୀମିତ ହୋଇ ରହିବାକୁ ପଡୁଛି । ତେବେ ରାଜ୍ୟରେ କେତେ ବେଳେ ପିସିପି ସଭାପତି ପଦକୁ ନେଇ କନ୍ଦଳ ତ ଆଉକେତେ ବେଳେ କଥା କଟାକଟି ସହ ଆରୋପ ପ୍ରତ୍ୟାରୋପ ଚାଲିଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଓଡିଶାର ୩ ବରିଷ୍ଠ କଂଗ୍ରେସ ନେତା ରାଜନୀତି ରୁ ସନ୍ୟାସ ନେଉଛନ୍ତି । ନଜର ପକାଇବା କିଏ ସେହି ନେତା ମାନେ ।

ସୁର ରାଉତରାୟ – ରାଜ୍ୟ ରାଜନୀତି ରେ ଏକ ଚର୍ଚ୍ଚିତ ଚେହେରା , ନିଜର ମଜାଳିଆ ଓ ବିବାଦୀୟ ମନ୍ତବ୍ୟ ପାଇଁ ସବୁ ବେଳେ ମିଡିଆର ହେଡଲାଇନ ରେ ରହିଥାନ୍ତି । ଛାତ୍ର ଜୀବନରୁ ରାଜନୀତିରେ ସେ ସକ୍ରୟ ଥିବା ସୁର ହରେକଷ୍ଣ ମହାତାବ ଙ୍କୁ ତାଙ୍କ ରାଜନୀତି ଗୁରୁ ବୋଲି ମାନନ୍ତି । ପ୍ରଥମ ଥର ପାଇଁ ସେ ୧୯୭୭ ମସିହାରେ ଜଟଣୀ ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ପରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି । ଲମ୍ବା ପଲଟିକାଲ କ୍ୟାରିଅର ପରେ ୨୦୧୯ ରେ ସେ ଘୋଷଣା କରିଥିଲେ ,ଏହା ତାଙ୍କର ଶେଷ ନିର୍ବାଚନ । ପ୍ରତ୍ୟକ୍ଷ ରାଜନୀତି ରୁ ସନ୍ୟାସ ନେବେ । ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ସେହି ଆସନରୁ ୨୦୨୪ ରେ ଲଢିବେ ବୋଲି ସୂଚନା ଦେଇଛନ୍ତି ।
ନିରଞନ ପଟ୍ଟନାୟକ – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞନ ପଟ୍ଟନାୟକ ରାଜନୀତି ରୁ ସନ୍ୟାସ ନେବେ , ଏହି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତି ରେ ଯୋର ଧରିଛି । ୧୯୮୦ ମସିହା ରେ ପ୍ରଥମ ରାମଚନ୍ଦ୍ର ପୁର ନିର୍ବାଚନ ମଣ୍ଡଳୀ ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କଂଗ୍ରେସ ସରକାର ରେ ବହୁ ମନ୍ତ୍ରୀ ଭାବେ ଦାୟିତ୍ୱ ହାତେଇବାରେ ସଫଳ ହୋଇଥିଲେ । ୨୦୧୯ ରେ ଘସିପୁରା ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାଥୀ ଭାବେ ଛିଡା ହୋଇ ୩୦ ହଜାର ଭୋଟରେ ବଦ୍ରିନାରାୟଣ ପାତ୍ରଙ୍କ ଠାରୁ ହାରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ରେ ପିସିସି ଦାୟିତ୍ୱରେ ଥିଲେ ନିରଞନ । କିନ୍ତୁ ଦଳର ଶୋଚନୀୟ ପରାଜୟ ପରେ , ସେ ନିଜ ପୁଅକୁ ପ୍ରମୋଟ କରିବାକୁ ଯାଇ ସେ ସକ୍ରିୟ ରାଜନୀତି ରୁ ସନ୍ୟାସ ବୋଲି ଚର୍ଚ୍ଚା ହେଉଛି ।
ନରସିଂହ ମିଶ୍ର – ପଶ୍ଚିମ ଓଡିଶାର ସବୁଠାରୁ ଲୋକପ୍ରିୟ ଓ ଟାଣୁଆ ନେତା ନରସିଂହ ମିଶ୍ର । ନିଜ ସ୍ପଷ୍ଟ ଓ ରୋକଠୋକ କଥା ପାଇଁ ବେଶ ପରିଚିତ । ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଲୋଇସିଂଗା ରୁ ବିଧାନସଭାକୁ ନିର୍ବାଚିତ ହୋଇ ଆଇନ ମନ୍ତ୍ରୀ ଭାବେ କ୍ୟାବିନେଟରେ ଯୋଗଦେଇଥିଲେ । ଲମ୍ବା ରାଜନୈତିକ କ୍ୟାରିୟରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟକରିଛନ୍ତି । ୨୦୨୪ ନିର୍ବାଚନ ରେ ସନ୍ୟାସ ନେବେ ବୋଲି ସୂଚନା ଦେଇଛନ୍ତି । ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ସକ୍ରିୟ ରାଜନୀତି ରେ ପାଦ ଦେଇଛନ୍ତି । ବଲାଙ୍ଗିରି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଠିଆହୋଇ ପରାଜିତ ହୋଇଥିଲେ ।

You May Also Like

More From Author

+ There are no comments

Add yours