ଡରାଉଛି କରୋନା

ଦେଶରେ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟିରେ ପହଂଚିଛି । ଭାରତରେ ଶୁକ୍ରବାର ଦିନ ୮ ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୨୪୩ ନୂତନ କୋଭିଡ ମାମଲା ସାମନାକୁ ଆସିଛି । ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୭୮,୧୫୮ ରେ ପହଂଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ବୃଦ୍ଧି ପାଇ ୩.୬ ହଜାର ଟପି ଯାଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡିଛି । ଏବଂ ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରୁ ଜଣଙ୍କର ମୃତ୍ୟୁ ଘଟିଛି । ସଂକ୍ରମଣ ସ୍ଥିତି ଚିନ୍ତାଜନକ ନଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ନେଇ ଓøଷଧ ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ସହ ଆଗୁଆ କରୋନା ପ୍ରସ୍ତୁତି ସଂକ୍ରାନ୍ତରେ ଏକ ଭର୍ଚୁଆଲ ବୈଠକ କରିଛନ୍ତି । ଦେଶରେ ଅତ୍ୟାବଶ୍ୟକ ଓøଷଧର ସ୍ଥିତି ଏବଂ ଆଗୁଆ ସତର୍କତା ପଦକ୍ଷେପ ନେଇ ଆଲୋଚନା ହୋଇଛି । ଚୀନ୍ ସମେତ ସାରା ବିଶ୍ୱର କରୋନା ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏକ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି । ଆସନ୍ତା ଜାନୁଆରୀ ୧ ତାରିଖରୁ ଥାଇଲାଣ୍ଡ, ସିଙ୍ଗାପୁର, ଜାପାନ, ହଂକଂ, ଚୀନ୍ ଏବଂ କୋରିଆର ଯାତ୍ରୀ ମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହି ରାଷ୍ଟ୍ରରୁ ଆସୁଥିବା ଯାତ୍ରୀ ମାନେ ଆରଟିପିସିଆର ନେଗେଟିଭ ସାର୍ଟିଫିକେଟ୍ ବିନା ଭାରତକୁ ଯାତ୍ରା କରିପାରିବେ ନାହିଁ । ଭାରତକୁ ଯାତ୍ରା ଆରମ୍ଭ କରିବାର ୭୨ ଘଂଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ୍ ରିପୋର୍ଟ ଦାଖଲ ହେବା ଜରୁରୀ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୦୯,୧୪,୫୪୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୧୩,୦୮୦ ନମୁନା ।

You May Also Like

More From Author

+ There are no comments

Add yours