ଆଇପିଏସ ସ୍ତରରେ ବଡ ଅଦଲବଦଳ

ଆଇପିଏସ ସ୍ତରରେ ବଡ ଅଦଲବଦଳ । ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଇଜି । ସେହିପରି ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଦାୟିତ୍ୱ ମିଳିଲା । ଅନୁଗୁଳର ନୂଆ ହେଲେ ଏସ୍ପି ସୁଧାଂଶୁ ଶେଖର ମିଶ୍ର । ରାହୁଲ ପି.ଆରଙ୍କ ସହ ଜଗତସିଂହପୁର ପାଇଲା ନୂଆ ଏସ୍ପି । ଏହା ଛଡା ସାଗରିକା ନାଥ ହେଲେ ବାଲେଶ୍ୱର ଏସ୍ପି । ଜଗମୋହନ ମିନାଙ୍କୁ ଗଞ୍ଜାମ ଏସ୍ପି ଦାୟିତ୍ୱ ମିଳିଲା । ଏଲ୍.ଦିବ୍ୟା ଭିଜଲାନ୍ସର ନୂତନ ଏସ୍ପି ରୂପେ ଦାୟିତ୍ୱ ପାଇଲେ । ସୁନ୍ଦରଗଡ ଏସ୍ପି ହେଲେ ପ୍ରତ୍ୟୁଷ ଦିବାକର । ଯାଜପୁର ଏସ୍ପି ହେଲେ ବିନିତ ଅଗ୍ରୱାଲ । ଏସ୍ପି ବରୁଣ ଗୁଣ୍ଟୁ ପାଲିଙ୍କୁ ଭଦ୍ରକର ଦାୟିତ୍ୱ । ଗୁଣ୍ଡଲା ରେଡ୍ଡୀ ହେଲେ ନୂଆପଡା ଏସ୍ପି । ଶୁଭେନ୍ଦୁ ପାତ୍ରଙ୍କ ସହ କନ୍ଧମାଳ ପାଇଲା ନୂଆ ଏସ୍ପି । ଅଭିନବ ସୋନକାର ହେଲେ କୋରାପୁଟ ଏସ୍ପି ଏବଂ ଢେଙ୍କାନାଳ ଦାୟିତ୍ୱ ନେଲେ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର ।

You May Also Like

More From Author

+ There are no comments

Add yours