ଜଳ ପରିଚାଳନା ପ୍ରତିଷ୍ଠାନରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ସମାପନ

ଭୁବନେଶ୍ୱର – ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଠାରେ ଡିସେମ୍ୱର ୧୬ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ବରର ମାନ୍ୟବର ଲୋକସଭା ସଦସ୍ୟା ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ସ୍ଵଚ୍ଛତାର ଶପଥ ପାଠ କରାଇ ଥିଲେ । ଆମେ ନିଜେ ସ୍ବଚ୍ଛ ରହିବା ସହିତ ଆମ ପରିବାର, ପ୍ରତିଷ୍ଠାନ, ଗ୍ରାମ ଏବଂ ସହରକୁ ପରିଷ୍କାର ରଖିବାକୁ ସେ ପରାମର୍ଶ ଦେଇଥିଲେ । ସ୍ବଚ୍ଛତା ପକ୍ଷ ଅବସରରେ ଅନୁଷ୍ଠାନ ଦ୍ଵାରା କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକର ସେ ଉଚ୍ଚ ପ୍ରସଂଶା କରିଥିଲେ । ସଂସ୍ଥାନ ର ନିର୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ, ୧୫ ଦିନ ବ୍ୟାପି କରାଯାଇଥିବା ସ୍ବଚ୍ଛତା କାର୍ଯ୍ୟକ୍ରମ ଗୁଡିକର ବିବରଣୀ ଦେବା ସହିତ ଭବିଷ୍ୟତ କାର୍ଯ୍ୟ ଯୋଜନା ବିଷୟରେ ଅବଗତ କରାଇଥିଲେ । ପ୍ରଧାନ ବୈଜ୍ଞାନିକ ଡକ୍ଟର ସୁମନ୍ତ କୁମାର ମିଶ୍ର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅନୁସୂଚିତ ଜନଜାତି ଗ୍ରାମରେ ସଚେତନତା , ଗ୍ରାମୀଣ ବିଦ୍ୟାଳୟରେ ପ୍ରତିଯୋଗୀତା, କୃଷକ ମାନଙ୍କ ଦ୍ଵାରା ବର୍ଜ୍ୟ ବସ୍ତୁ ପରିଚାଳନା ପ୍ଳାଣ୍ଟର ପରିଦର୍ଶନ, ସଂସ୍ଥାନର ପରିସର ତଥା ଆଖ ପାଖ ଅଞ୍ଚଳରେ ସଫେଇ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାର ବିଜେତା ଛାତ୍ର ଛାତ୍ରୀ ମାନଙ୍କ ସହିତ ସ୍ବଚ୍ଛ ଲାବୋରେଟୋରୀ, ସ୍ବଚ୍ଛ ଆବାସିକ ଗୃହ, ସ୍ବଚ୍ଛ ଅଫିସ କକ୍ଷ ଆଦି ପାଇଁ ପୁରସ୍କାର ପ୍ରଦାନ କର ଯାଇ ଥିଲା । ଡକ୍ଟର ହେମନ୍ତ କୁମାର ଦାଶ ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।

You May Also Like

More From Author

+ There are no comments

Add yours