ଓଡ଼ିଆ ଭାଷା ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ କ୍ରିଏଟିଭ,ବାଦାମବାଡି ଦ୍ୱାରା ପ୍ରକାଶିତ ସୁଷମା ବାରିକଙ୍କ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ପୁସ୍ତକ କଟକ ଟାଉନ ହଲ ଠାରେ୍ ଉନ୍ମୋଚିତ ହୋଇଛି । ପ୍ରାଧ୍ୟାପିକା ଚିନ୍ମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଭାରତ ସରକାରଙ୍କ ଅଣୁ,କ୍ଷୁଦ୍ର,ମଧ୍ୟମ ଶିଳ୍ପ ରାଷ୍ଟ୍ରିୟ ବୋର୍ଡର ସଦସ୍ୟ ଚୌଧୁରୀ ପ୍ରଭାତ କିଶୋର ମିଶ୍ର,ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା,ବରିଷ୍ଠ ପୋଲିସ ପ୍ରଶାସକ ବିକାଶ ଦାଶ। ଗୋପବନ୍ଧୁ ମଲ୍ଲିକ,ଓଡ଼ିଶା ଲେଖିକା ସଂସଦର ସାଧାରଣ ସଂପାଦିକା ଡକ୍ଟର ଶକୁନ୍ତଳା ବଳିୟାରସିଂ ଅତିଥି ଭାବରେ ଯୋଗ ଦେଇ ପୁସ୍ତକ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ପରିଚାଳନା ସଂପାଦକ ତ୍ରିଲୋଚନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଏଇ ଅବସରରେ ମଞ୍ଚ,ବେତାର,ଦୂରଦର୍ଶନର ନାଟ୍ୟଶିଳ୍ପୀ ନିହାରବାଳା ପଟ୍ଟନାୟକଙ୍କୁ ବ୍ରଜକିଶୋର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହିତ ଲେଖକ ନନ୍ଦକିଶୋର ଦଳାଇ,ଛାତ୍ରୀ ସ୍ନେହପ୍ରଭା ଲେଙ୍କା,ଚିତ୍ରଶିଳ୍ପୀ ବିଜୟ ପ୍ରଧାନ,ସମାଜସେବୀ ପ୍ରସନ୍ନ ରାଉତ,ଛାତ୍ର ବିଶ୍ୱରଞ୍ଜନ ଖଟୁଆ,ପ୍ରୟାଗ ସାହୁ ପ୍ରମୁଖଙ୍କୁ କାୟାକଳ୍ପ ସମ୍ମାନ ପ୍ରଦାନ କରାଯାଇଥିଲା ।କ୍ରିଏଟିଭର ସଂପାଦକ ନିମାଇ ଭୂୟାଁ,କାୟାକଳ୍ପର ସଂପାଦିକା ସୁପ୍ରଭା ଦାଶ ମଞ୍ଚ ପରିଚାଳନା କରିଥିଲେ । ବିବେକାନନ୍ଦ ସାମନ୍ତରାୟ,ମାଧବାନନ୍ଦ ସ୍ୱାଇଁ,ଲଳିତା ଶତପଥୀ, ନୀଳକଣ୍ଠ ବାରିକ,ବାମଦେବ ଖଟୁଆ ପ୍ରମୁଖ ଶତାଧିକ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।



