ଚର୍ଚ୍ଚାରେ ମୋଦିଙ୍କ କର୍ତ୍ତବ୍ୟ ପରାୟଣତା

କର୍ତବ୍ୟ ଆଗରେ ସବୁ କିଛି ପର । ସେ ଜଣେ ସାଧାରଣ ଜନତା ହେଉ ଅବା ଜଣେ ବଡ଼ ନେତା । ବ୍ୟକ୍ତିଗତ ଜୀବନକୁ ପଛରେ ପକାଇ ବୃତିଗତ ଜୀବନକୁ ଗୁରୁତ୍ୱ ଦିଆଯାଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମା’ଙ୍କ ଶେଷକୃତ୍ୟ ସାରି ପୁଣି କର୍ତବ୍ୟକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଗାନ୍ଧିନଗରର ରାଜଭବନରୁ ଭିଡିଓ କନଫରେନ୍ସିଂରେ କୋଲକତାରୁ ହାୱାଡା ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଇଥିଲେ ଗ୍ରୀନ ସିଗନାଲ । ମା’ଙ୍କ ଦେହାନ୍ତ କାରଣରୁ କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଭାବେ ଯୋଗ ଦେଇନଥିଲେ ସତ କିନ୍ତୁ କୌଣସି ପ୍ରୋଗ୍ରାମକୁ ବାତିଲ କରିନଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପଶ୍ଚିମବଙ୍ଗ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ । ତେବେ ସବୁ ବେଳେ ମୋଦି-ଦିଦି କନ୍ଦଳ ଭିତରେ ମଧ୍ୟ ମା’ଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ ମମତା ବାନାର୍ଜୀ । ଶୀଘ୍ର କାମ ସାରି ମୋଦିଙ୍କୁ ବିଶ୍ରାମ ନେବାକୁ ସେ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, “ମା’ର ବିକଳ୍ପ ନାହିଁ । ଆପଣଙ୍କର ମା’ ମୋର ବି ମା’ । ଏମିତି ସମୟରେ ମୋ ମା’ କଥା ବହୁତ ମନେ ପଡୁଛି । ଏହି କାର୍ଯ୍ୟକ୍ରମରେ ଆପଣ ଭର୍ଚୁଆଲ ମୋଡରେ ସାମିଲ ହେଲେ । ଏହା ଆମ ପାଇଁ ଖୁବ୍ ସମ୍ମାନର କଥା ।” ଏହାରି ସହ ମୋଦିଙ୍କ କର୍ତବ୍ୟପରାୟଣତା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲିଟିଛି ।

You May Also Like

More From Author

+ There are no comments

Add yours