Wed. Oct 14th, 2026

ବାଣପୁର ଗ୍ରାମୀଣ ମହିଳା ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ୩୦ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁରର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିବାରରେ ମୁଖ୍ୟଭୂମିକା ଓ ସହଯୋଗ ଥିବା ଡା.ସୁରେନ୍ଦ୍ର ପାତ୍ର, ଆଡଭୋକେଟ ଜଗନ୍ନାଥ ଭୋଳ , ୪ ନଂ ଓ୍ବାର୍ଡର କାଉନସିଲର ଶ୍ରୀମତି ରାସଲତା ଜେନା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା ମହାନ୍ତିଙ୍କ ସଭାପତିତ୍ୱ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ଦାସ, ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗି ଅତିଥି ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଲେଖିକା,ସମାଜସେବୀ, ବ୍ରହ୍ମପୁର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଗ୍ରାମୀଣ ମହିଳା କଲେଜ ସମ୍ପର୍କରେ ଅନେକ ତଥ୍ୟ ସହ କଲେଜ ପ୍ରତିଷ୍ଠାର ପ୍ରମୁଖ ଭୂମିକା ନେଇଥିବା ସ୍ୱର୍ଗତଃ ଲକ୍ଷ୍ମୀଧର ଭୋଳଙ୍କ ପ୍ରଶଂସା କରିଥିଲେ। ଏହି କଲେଜ ପ୍ରତିଷ୍ଠାରେ ଅନ୍ୟମାନଙ୍କ ସହଯୋଗ ନେଇ ଅନେକ କଥା କହିଥିଲେ । ମୁଖ୍ୟ ଅତିଥି ବାଣପୁର ନଗରପାଳ ଶ୍ରୀ ମିଟୁନାୟକ ନିଜ ସ୍ବଳ୍ପ ଭାଷଣରେ ବାଣପୁରର ପ୍ରଗତି ତଥା ଶିକ୍ଷା ଓ ସ୍ବାସ୍ଥ୍ୟ ତଥା ବିଜ୍ଞାପିତ ଅଂଚଳ କିଭଳି ଉନ୍ନତ ହେବ ସେ ନେଇ ଉଦବୋଧନ ଦେଇଥିଲେ । ନିର୍ବାଚନର ଅଳ୍ପ ଦିନରେ ଅନେକ ଆବଶ୍ୟକୀୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହୋଇସାରିଛି ଓ ବାକିଥିବା କାର୍ଯ୍ୟକ୍ରମ ପରିସମାପ୍ତି କରାଯିବା ନେଇ ପ୍ରକାଶ କରିଥିଲେ ଡ.ସୁରେନ୍ଦ୍ର ପାତ୍ର । ସ୍ୱର୍ଗତଃ ଲକ୍ଷ୍ମୀଧର ଭୋଳଙ୍କ ସହ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ସହଯୋଗ ନେଇ ଧନ୍ୟବାଦ ଦେଇଥିଲେ । ପ୍ରତିଷ୍ଠାତାଙ୍କ ପୁତ୍ର ଆଡଭୋକେଟ ଜଗନ୍ନାଥ ଭୋଳ ଉପସ୍ଥିତ ଛାତ୍ରୀ ଓ ଅଭିଭାବକଙ୍କୁ କଲେଜର ସ୍ୱାଭିମାନ ବଂଚାଇ ରଖିବାକୁ ନିବେଦନ କରିଥିଲେ। ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ କଲେଜର ବିବରଣୀ ପାଠ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ଦାସ ଅତିଥି ପରିଚୟ କରିଥିଲେ। ଶେଷରେ କଲେଜର ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା ମହାନ୍ତି ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ବିଭୁଧେନ୍ଦୁ ମାନସିଂହ ,ଅଧ୍ୟାପକ ଶିବ ଶଙ୍କର ପଣ୍ଡା କାର୍ଯ୍ୟକ୍ରମରେ ଅନେକ ସହଯୋଗ କରିଥିଲେ । ସନ୍ଧ୍ୟା ସମୟରେ କଲେଜ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଲେଜର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ଓ ଅର୍ଥର ପୁରସ୍କାର ପ୍ରଦାନ କରାଯାାଇଥିଲା।

Leave a Reply

Your email address will not be published. Required fields are marked *