ନବୀନଙ୍କ ନୂଆବର୍ଷ ଭେଟି;ମହାଙ୍ଗା ଭତ୍ତା ୪%କୁ ବୃଦ୍ଧି

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟବାସୀଙ୍କୁ ନୂଆ ବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିରିକ୍ତ ମହାଙ୍ଗା ଭତାକୁ ନେଇ ଆସିଲା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତା ୪% ବୃଦ୍ଧି କରାଯାଇଛି । ଯାହା ଦ୍ୱାରା ଉଭୟ ସରକାରୀ କର୍ମଚାରୀ ଓ ପେନସନଧାରୀ ଉପକୃତ ହେବେ । ଏହା ଦ୍ୱାରା ସେମାନଙ୍କ ଭତା ୩୪%ରୁ ୩୮କୁ ବୃଦ୍ଧି ପାଇଛି । ତେବେ ଏହି ନିଷ୍ପତିକୁ ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ କରାଯିବ । ସେହିପରି ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଧାରୀଙ୍କ ଟି-ଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି । ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଷ୍ପତି ଲାଗୁ ହେଲେ ପାଖାପାଖି ସରକାରଙ୍କ ୪ ଲକ୍ଷରୁ ଉଦ୍ଧ୍ୱର୍ କର୍ମଚାରୀମାନଙ୍କ ସହ ସାଢେ ୩ ଲକ୍ଷ ପେନସନଧାରୀମାନେ ମଧ୍ୟ ଲାଗବାନ ହେବେ । ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ରାଜ୍ୟ ସରକାର ଦଶହରା ସମୟରେ ମଧ୍ୟ ଦେଇଥିଲେ କର୍ମଚାରୀମାନଙ୍କୁ ଦେଇଥିଲେ ଗୁଡ ନ୍ୟୁଜ । ପୂଜା ପୂର୍ବରୁ ସେମାନଙ୍କ ମହାଙ୍ଗା ଭତାକୁ ୩% ବୃଦ୍ଧି କରାଯାଇଥିଲା । ଏନେଇ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ । ଯାହା ଦ୍ୱାରା ସେମାନଙ୍କ ଭତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । କିନ୍ତୁ ବର୍ତମାନ ଏହାକୁ ୪% ବୃଦ୍ଧି କରାଯାଇଛି । ଯାହା ଫଳରେ ଏହି ମୋଟ ଭତାରେ ଯୋଡି ହୋଇଛି ଆଉ ୪% । ଏବଂ ବୃଦ୍ଧି ପାଇ ପହଂଚିଛି ୩୮%କୁ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏକ ଐତିହାସିକ ଘୋଷଣା କରିଥିଲେ । ଠିକା ପ୍ରଥାକୁ ଉଚ୍ଛେଦ କରି ନବୀନ ପଟ୍ଟନାୟକ ସାଉଁଟିଥିଲେ ରାଜ୍ୟବାସୀ ତଥା ଯୁବପିଢିଙ୍କ ପ୍ରଂଶସା । ଚାରିଆଡେ ଖେଳିଯାଇଥିଲା ଖୁସିର ମାହୋଲ । ଲୋକେ କରିଥିଲେ ଉତ୍ସବ । ଏବଂ ବର୍ତମାନ ମହାଙ୍ଗା ଭତା ବୃଦ୍ଧି ଘୋଷଣା ପରେ ଓଡ଼ିଶାବାସୀଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ

You May Also Like

More From Author

+ There are no comments

Add yours