Thu. Oct 15th, 2026

ଚିଲିକା ନିର୍ବାଚନ ମଣ୍ଡଳିର ଐତିହାସିକ ପାଇକ ବିଦ୍ରୋହର ଏନ୍ତୁଡିଶାଳ ବାଣପୁରର ପଲଟଣ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା।।
ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିଲାଗି ସାରା ଚିଲିକା ନିର୍ବାଚନମଣ୍ଡଳି ଆଜି ଚଳଚଞ୍ଚଳ ହୋଇଥିଲା । ବିଶେଷ କରି ବାଣପୁର ସାରା ବିଜେପି ପତାକାରେ ଛାଇ ଯାଇଥିବା ବେଳେ ସମସ୍ତ ଖୁଣ୍ଟରେ ଜେପି ନଡ୍ଡା ଏବଂ ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନଙ୍କ କଟଆଉଟ ବୋର୍ଡ ଦେଖିବାକୁ ମିଳିଛି।
ଶ୍ରୀ ନଡ୍ଡା ହେଲିକପ୍ଟର ରେ ଆସି ଅପରାହ୍ନ ୦୪:୧୦ ମିନିଟରେ ପଲଟନ ପଡିଆରେ ପହଞ୍ଚିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅନ୍ୟ ଏକ ହେଲିକାପ୍ଟରରେ ଆସି ଏହି ସଭାରେ ଯୋଗଦେବେ।
ଆଜି ଜେ, ପି,ନଡ୍ଡା ବାଣପୁର ପଲଟନ ପଡିଆରେ ଏକ ବିଶାଳ ସାଧରଣ ସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୫ ଘଟିକାରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବେ। ଏହାପରେ ସଡ଼କପଥ ଯୋଗେ ନାଚୁଣୀ ଯାଇ ଅରବିନ୍ଦ ସ୍କୁଲ ପଡିଆ ମଧ୍ୟରେ ପୁରି ଲୋକସଭା ଅନ୍ତର୍ଗତ ୭ ଗୋଟି ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ସଦସ୍ୟ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବାର୍ତାଳାପ କରିବେ। ଏହାପରେ ସଡ଼କ ପଥ ଯୋଗେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ଯାଇ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି।
  ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଂପାଦକ ପୃଥୀରାଜ ହରିଚନ୍ଦନ,ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସଂବିଦ ପାତ୍ର,ଓ ଅନ୍ୟାନ୍ୟଙ୍କ ମଧ୍ୟରେ ବ୍ରହ୍ମଗିରୀ ବିଧାୟକ ଶ୍ରୀ ଲଳିତେନ୍ଦୁ ମହାପାତ୍ର,ଜିଲ୍ଲା ସଭାପତି ଖୋର୍ଦ୍ଧା,ପୁରୀ ଓ ନୟାଗଡ ତଥା ଚିଲିକାର ଉଭୟ ବ୍ଲକ ଓ ଏନ୍ ଏ ସି.ର ଅଧ୍ୟକ୍ଷ, ଅଧ୍ୟକ୍ଷା, ସରପଂଚ ,ସମିତି ସଭ୍ୟ ଓ ସ୍ଥାନୀୟ ପଦାଧିକାରୀ କାର୍ଯ୍ୟକ୍ରମୁ ସୁପରିଚାଳନ କରିଥିଲେ।
ତେବେ ନଡ୍ଡାଙ୍କ ଗସ୍ତ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନଡ୍ଡାଙ୍କ ଗସ୍ତ ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ, ୫ ଡ଼ିଏସପି, ୯ ଇନ୍ସପେକ୍ଟର, ୧୭ ସବ ଇନ୍ସପେକ୍ଟର ଆଦି ନିୟୋଜିତ ହୋଇଛନ୍ତି l
ଅନୁରୂପ ଭାବେ ନଡ୍ଡାଙ୍କ ଜେଡ ପ୍ଲସ ସିକ୍ୟୁରିଟି ଥିବାରୁ ମା ଭଗବତୀ ମନ୍ଦିର ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ବାଣପୁର ବଜାର ବନ୍ଦ ରହିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।
 ଏହା ପୂର୍ବରୁ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଢବାଣୀ ଓ ମୁରଲି ମନୋହର ଯୋଶୀ ବାଣପୁରର ଏହି ପଲଟଣ ପଡିଆକୁ ଆସିଥିଲେ।

Leave a Reply

Your email address will not be published. Required fields are marked *