Thu. Oct 15th, 2026

ଭୁବନେଶ୍ୱର:ଭାରତରେ ମତ୍ସ୍ୟ ଉଦ୍ୟୋଗୀ ପାଇଁ ଭରପୂର ସୁଯୋଗ ରହିଥିବାବେଳେ ଅନେକ ଯୁବବନ୍ଧୁ ଆଗେଇ ଆସିଲେ କର୍ମନିଯୁକ୍ତି ମିଳିପାରିବ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ମତବ୍ୟକ୍ତ କରିଛନ୍ତି l ଆଜି ସିଫାରେ ଆୟୋଜିତ ଜାତୀୟ ମତ୍ସ୍ୟ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତିରେ ବ୍ୟବସାୟିକ ମତ୍ସ୍ୟ ଚାଷ କରି ପାରିଲେ ଅଧିକ ଲାଭ ହେବା ସହ କର୍ମ ନିଯୁକ୍ତି ମିଳିପାରିବ ବୋଲି ମହା ନିର୍ଦ୍ଦେଶକ ଡକ୍ଟର ପାଠକ ମତବ୍ୟକ୍ତ କରିଛନ୍ତି lଏହି କାର୍ଯ୍ୟକ୍ରମ ରେ ସିଫା ର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ମତ୍ସ୍ୟ ଉଦ୍ୟୋଗୀ ବିକାଶ ଜିଗରେ ସିଫା ସମସ୍ତ ପ୍ରକାର ସହ ଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା, ଛତିଶଗଡ଼, ପଶ୍ଚିମ ବଙ୍ଗ,ମହାରାଷ୍ଟ୍ର , ଆନ୍ଧ୍ର ପ୍ରଦେଶର 40 ଜଣ ମାଛ ଉଦ୍ୟୋଗୀ ଅଂଶଗ୍ରହଣ କରି ସେମାନଙ୍କ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଜାତୀୟ ଧାନ ଗବେଷଣା ସଂସ୍ଥାନ ର ନିର୍ଦ୍ଦେଶକ ଡକ୍ଟର ଅମରେଶ ନାୟକ, ସିୱା ର ନିର୍ଦେଶକ ଡକ୍ଟର ମୃଦୂଳl ଦେବୀ, ସହ ବିଭିନ୍ନ କୃଷି ଅନୁସନ୍ଧାନ ସଂସ୍ଥା ର ବୈଜ୍ଞାନିକ ଉପସ୍ଥିତ ଥିଲେ l
ଏହି ଅବସରରେ ମହାନିର୍ଦ୍ଦେଶ କ ଡକ୍ଟର ହିମାଂଶୁ ପାଠକ ବ୍ୟବସାୟ ସମ୍ମିଳନୀ କକ୍ଷ କୁ ଉଦ୍ଘାଟନ ସହ ଉଦ୍ୟୋଗୀ ମାନଙ୍କ ଦ୍ବାରା ବିଭିନ୍ନ ମଡେଲ ବୁଲି ଦେଖିଥିଲେ l ଏହି କାର୍ଯ୍ୟକ୍ରମକୁ ବରିଷ୍ଟ ବୈଜ୍ଞାନିକ ଡକ୍ଟର ନାଗେଶ କୁମାର ବାରିକ୍ ପରିଚାଳନା କରିଥିବା ବେଳେ ଡକ୍ଟର ପଦ୍ମନାଭ ରାଉତରାୟ ଓ ଅନ୍ୟ ବୈଜ୍ଞାନିକ ମନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *