ଥିରି ଥରି ସବୁଠି ଓହ୍ଲାଇ ଆସୁଛି ଶୀତ । ବରଫର ଚାଦର ତଳେ ସତେଯେମିତି ମୁହଁ ଲୁଚାଇଛି ସବୁଜିମା । କେବେ ଗଛରେ ତ ଆଉ କେବେ ରାସ୍ତାରେ ମେଞ୍ଚା ମେଞ୍ଚା ବରଫ,ହୃଦୟରେ ସୃଷ୍ଟି କରୁଛି ଉନ୍ମାଦନା ଓ ଆକର୍ଷଣ । ସଦୂର କାନାଡା ଓ ୟୁଏସଏ ସୀମାରେ ଶୀତର ଛୁଆଁ ଖୁବ ଆକର୍ଷଣୀୟ । ଘର ସାମ୍ନାରେ ଶୁଭ୍ର ସତେଜ ବରଫ ଗଦେଇ ହୋଇଛି । ମାଇନସ 15 ଡିଗ୍ରି ତାପମାତ୍ରା । ଜାଡରେ ଥରୁଛି ସହର,ଗଛଲତା,ସାଧାରଣ ଜୀବନ । ବରଫର ଆସ୍ତରଣ ତଳେ ପୁରା ପରିବେଶ,ନିଶ୍ଚୟ ରୋମାଞ୍ଜିତ କରିବ । ଭାନକ୍ୟୁଭର ବି ସି କାନାଡ଼ାରେ (Vancouver BC Canada, Coquitlam) କିଛି ବରଫପାତର ଦୃଶ୍ୟ ସାଉଁଟିଛନ୍ତି ଡକ୍ଟର ଅସିତ ।


