ଶ୍ରୀଜଗନ୍ନାଥ ଚେତନାର ୩୧ତମ ବାର୍ଷିକ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର : ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ଚରଣ ଚକା ଦେବଙ୍କ ପ୍ରାଙ୍ଗଣରେ ଆଜି ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ବାର୍ଷିକ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଚାରଣ ଚେତନାର ବାର୍ତ୍ତା ପ୍ରତି ଜନପଦର ଦ୍ୱାରେ ଦ୍ୱାରେ ଖାଲିପାଦରେ ପ୍ରଚାର ପ୍ରସାର ପାଇଁ ଖାଲିପାଦରେ ଯାଆନ୍ତି । ୧୯୯୦ ମସିହା ଠାରୁ ଚାଲିଆସୁଛି ଏହି କାର୍ଯ୍ୟକ୍ରମ । ଏହି ଅବସରରେ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ନବଦିନ ବ୍ରତ ନିଷ୍ଠାର ସହ ହେବ। ପ୍ରଥମ ଦିନ ପ୍ରାତଃ କାଳରେ ଶ୍ରୀ ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଲିଶା, କଳସ ଯାତ୍ରା, ଜଳଯୋଗ ସହ ପୂର୍ବାହ୍ନ ରେ ଭାଗବତ ସଭା ଓ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ପରଦିନ ସକାଳୁ ବାଣପୁର ବଡ଼ହନ୍ତୁଆଡ଼, ସାନହନ୍ତୁଆଡ଼, ଆଁକୁଲାପଦର ଛକ , ନରେନ୍ଦ୍ରପୁରରେ ନଗର କୀର୍ତ୍ତନ କରାଯାଇଥିଲା । ପରେ କୋଳଥଡ଼ିହ, ସାଲୁଣି, ହଳନ୍ଦା ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର ମଧ୍ୟ ନଗର କୀର୍ତ୍ତନ ହୋଇଥିଲା । ସନ୍ଧ୍ୟାରେ ଏକ ଭାଗବତ ସଭାର ଆୟୋଜନ କରାଯାଇଥିଲା । ନବଦିନ ବ୍ୟାପୀ ସମସ୍ତ କାର୍ଯ୍ୟକ୍ରମକୁ ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଓ ଅନ୍ତର୍ଜାତୀୟ ଚାରଣଗୋଷ୍ଠୀ ପୁରୀ କମିଟି ପରିଚାଳନା କରୁଅଛି l

You May Also Like

+ There are no comments

Add yours