କାଜି ରୋକିବେ ବାଲ୍ୟ ବିବାହ !

ତେଲେଙ୍ଗାନା ସରକାର କମ ବୟସର ମୁସଲମାନ ଝିଅଙ୍କ ବିବାହ କରାଉଥିବା କାଜିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି । ସରକାରଙ୍କ ପକ୍ଷରୁ ଓାଫ ବୋର୍ଡକୁ ମଧ୍ୟ ସବୁ ବିବାହର ଡାଟା ଅନଲାଇନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୁଅ-ଝିଅଙ୍କ ବୟସ ବିବାହ ପାଇଁ ଯୋଗ୍ୟକି ନୁହେଁ ତାହା ମଧ୍ୟ କାଜିମାନେ ସ୍ପଷ୍ଟ କରିବେ । ଏହାଛଡା ପୁଅ-ଝିଅଙ୍କ ବିବାହ ବୟସ ଆଇନ ସମ୍ମତ ଥିଲେ ହିଁ ନିକାହ ପଢିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆରବ ଦେଶର ପୁରୁଷଙ୍କ ସହ ନାବାଳିକାଙ୍କ ବିବାହର ଅଭିଯୋଗ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ବିବାହ ସମୟରେ ପୁଅ-ଝିଅଙ୍କ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଏହା ଛଡା ଅନ୍ୟ କୌଣସି ପରିଚୟ ପତ୍ର ଆଧାରରେ ବିବାହ କରାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ମୁସଲମାନ ଯୁବତୀଙ୍କ ବିବାହ ପରେ ତୁରନ୍ତ ସମସ୍ତ ବିବରଣୀକୁ ଓଫ ବୋର୍ଡରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଅବମାନନା ହେଲେ କାଜିଙ୍କ ସହ ଏଥିରେ ସାମିଲ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କେବଳ ଏତିକି ନୁହେଁ କାଜିଙ୍କ ନିଯୁକ୍ତିକୁ ନେଇ ମଧ୍ୟ ସରକାର ନିୟମରେ ପରିବର୍ତନ ଆଣିଛନ୍ତି । ପ୍ରଥମେ କାଜିଙ୍କ ନିଯୁକ୍ତି ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ୱାରା କରାଯାଉଥିଲା, କିନ୍ତୁ ଏବେ ଏଥିରେ ପରିବର୍ତନ କରାଯାଇଛି । ଏବେ ଜିଲ୍ଲା କଲେକ୍ଟର ଆବେଦନର ସମୀକ୍ଷା କରି ନିଜର ନିଷ୍ପତିକୁ ବିଭାଗକୁ ପଠାଇଛି । ଓଫ ବୋର୍ଡର ଅଧ୍ୟକ୍ଷ ମହମ୍ମଦ ମସିହୁଲ୍ଲାହ ଖାନ କହିଛନ୍ତି ଯେ ଏବେ ତେଲେଙ୍ଗାନା ଦେଶର ଏକମାତ୍ର ରାଜ୍ୟ ଯେଉଁଠି ମୁସଲିମ ବିବାହର ସମସ୍ତ ବିବରଣୀ ଅନଲାଇନ ପଞ୍ଜିକୃତ ହେବ । ସମସ୍ତ ବିବାହର ତଥ୍ୟ ଓଫ ବୋର୍ଡ ପାଖରେ ଉପଲବ୍ଧ ରହିବ ।

You May Also Like

More From Author

+ There are no comments

Add yours