Thu. Oct 15th, 2026

ଶେଷ ହେଲା ନେପାଳ ରାଜନୈତିକ ଅସ୍ଥିରତା । ଭାଗବଣ୍ଟାରେ ହେବ ସରକାର । ପ୍ରଥମ ଅଢେଇ ବର୍ଷ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ହେବେ ପ୍ରଧାନମନ୍ତ୍ରୀ । ଏହାପରେ ସିପିଏନ-ୟୁଏମଏଲ ସରକାର ଗଢ଼ିବେ । ୫ ଦଳଙ୍କ ସମର୍ଥନରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଉଭୟ ପ୍ରଚଣ୍ଡ ଏବଂ ଓଲି ଚୀନ ସମର୍ଥକ ବୋଲି କୁହାଯାଇଥାଏ ।ଏହାପୂର୍ବରୁ ପ୍ରଚଣ୍ଡ ସତ୍ତାଧାରୀ ନେପାଳ କଂଗ୍ରେସକୁ ସମର୍ଥନ ଦେବାକୁ ମନା କରିଦେବା ସହ ମେଣ୍ଟ ଭାଙ୍ଗି ଦେଇଥିଲେ । ଦୁଇବର୍ଷ ପୂର୍ବେ ପ୍ରଚଣ୍ଡ, ଓଲି ସରକାରର ଅଂଶ ଥିଲେ । ନିଜ ଦଳର ୭ ମନ୍ତ୍ରୀଙ୍କୁ ଇସ୍ତଫଶ ଦେବାକୁ କହିବା ସହ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ କରିଥିଲେ ।ନେପାଳ କଂଗ୍ରେସ ଏବଂ ସିପିଏନ-ମାଓଇଷ୍ଟ ସେଣ୍ଟର ମିଶି ସରକାର ଗଢ଼ିବାକୁ ରାଜି ଥିଲେ । ହେଲେ ପ୍ରର୍ଯ୍ୟାୟ କ୍ରମେ ପ୍ରଧାନମନ୍ତ୍ରୀ ପଦ ଚାହୁଁଥିଲେ । ପ୍ରଚଣ୍ଡ ଚାହୁଁଥିଲେ ତାଙ୍କ ଦଳ ଓ ନେପାଳ କଂଗ୍ରେସ ଅଢେଇ ବର୍ଷ ଲେଖାଏଁ ସରକାର ଚଲାନ୍ତୁ । ନେପାଳ କଂଗ୍ରେସ ଏହାକୁ ମାନି ବି ନେଇଥିଲା । ହେଲେ ପିସିଏନ ପ୍ରଥମେ ସରକାର ଚଲାଇବାକୁ ଦାବି ରଖିଥିଲା । ଅର୍ଥାତ ଶେର ବାହାଦୁର ଦେଓବାଙ୍କ ପୂର୍ବରୁ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବେ । ହେଲେ ସିପିଏନର ଅତୀତକୁ ଦେଖି ନେପାଳ କଂଗ୍ରେସ ବିଶ୍ବାସକୁ ନେଇ ପାରିନଥିଲା । ଆଶଙ୍କା ଥିଲା ଅଢେଇ ବର୍ଷ ସରକାର ଚଲାଇବା ପରେ ବିଭିନ୍ନ ବାହାନା ବନାଇ ସିପିଏନ ସମର୍ଥନ ପ୍ରତ୍ୟାହାର କରିନେଇଥାନ୍ତି ।ମେଣ୍ଟ ଭାଙ୍ଗିବା ପରେ ତୁରନ୍ତ ସରକାର ଗଠନ କରିବା ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ବିଧାନର ଧାରା ୭୬-୨ ଅନୁସାରେ ସହମତି ଭିତ୍ତିରେ ପ୍ରଧାନମନ୍ତ୍ରୀ ଚୟନ ଲାଗି ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ନେପାଳୀ କଂଗ୍ରେସର ୮୯, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳର ୭୮, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳର ୩୨, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୦, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ୧୪, ପିପୁଲ୍ସ ସୋସିଆଲ ପାର୍ଟିର ୧୨, ସିପିଏନ-ୟୁଏସର ୧୦, ଜନମତର ୬ ବିଧାୟକ ବିଧାୟକ୍।

Leave a Reply

Your email address will not be published. Required fields are marked *