Thu. Oct 15th, 2026

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ” ଟ୍ୱିଟି ବାର୍ଡ ଇ°ଲିଶ ମିଡିଅମ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ତଥା ସ°ପାଦକ ସୁରେଶ କୁମାର ଦାଶ ଙ୍କ ସ°ଯୋଜନା ତଥା ନିର୍ଦ୍ଦେଶକ ପ୍ରଦୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଟା°ଗୀର ଡିସିସି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ଶତପଥୀ ,ବାଲୁଗାଁ କାଳିଜାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ଙ୍କ ସୃଜନଶୀଳତାକୁ ପରିସ୍ଫୁଟନ ପାଇଁ ବଡଙ୍କର ମାର୍ଗ ଦର୍ଶନ ଜରୁରୀ ବୋଲି ସମସ୍ତେ ରଖିଥିଲେ। ସେହିପରି ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିବା ” କନକ ନ୍ୟୁଜ “ର ଚିଫ ନ୍ୟୁଜ ପ୍ରଡ୍ୟୁସର ସ°ଗ୍ରାମ କେଶରୀ ଷଡ଼ଙ୍ଗୀ ” ଦୃଢ଼ ଇଚ୍ଛାଶକ୍ତି ସହ ଜୀବନକୁ ସକରାତ୍ମକ ରଖିପାରିଲେ ଛାତ୍ର ଛାତ୍ରୀ ନିଶ୍ଚୟ ସଫଳତା ହାସଲ କରିପାରିଵେ” ବୋଲି ମତ ରଖିବା ସହ ଛାତ୍ର ଛାତ୍ରୀ ଙ୍କୁ ନିରନ୍ତର ଅଧ୍ୟୟନଶୀଳ ସହିତ ସେବା ମନୋଵୃତ୍ତି ରହିପାରିିିିଲେ ସମାଜ କୁ ପ୍ରେରଣା ମିଳିପାରିବ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବୋଲଗଡ଼ ବ୍ଲକର ସମପୁର ସ୍ଥିତ ଚତୁର୍ଭୁଜ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ , ରେଡ୍ ସ୍ଵସ୍ତିକ ଓଡିଶା ସୋସାଇଟି ର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ନାଚୁଣୀ ସରପଞ୍ଚ ସ୍ଵପ୍ନା°ଜଳି ପଲାଇ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ମାନେ କୃତି ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ ହୋଇଥିଲା

Leave a Reply

Your email address will not be published. Required fields are marked *