ବାଲୁକା କଳା ଜରିଆରେ ଶାନ୍ତିର ବାର୍ତ୍ତା

ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିର୍ମାଣ କରିଛନ୍ତି ସାନ୍ତାକ୍ଲୁଜ ପ୍ରତିକୃତିର ସୁନ୍ଦର ବାଲୁକା କଳା । ପୁରୀର ସ୍ୱର୍ଣ୍ଣ|ଭ ବେଳାଭୂମିରେ ସାନ୍ତାକ୍ଲୁଜ ଜରିଆରେ ଶାନ୍ତି ଓ ସୌଦାର୍ଦ୍ଦ୍ୟର ବାର୍ତ୍ତା ଜଣାଉଛି ଏହି ସୁନ୍ଦର ବାଲୁକା କଳା । ସାରା ବିଶ୍ୱକୁ ଶାନ୍ତି ର ବାର୍ତ୍ତା ପ୍ରଚାର, ପ୍ରସାର, ଦେଶ ଦେଶ ମଧ୍ୟରେ ସୁସମ୍ପର୍କର ବାର୍ତ୍ତାକୁ ଦର୍ଶାଉଛି ଶିଳ୍ପୀ ମାନସଙ୍କ ବାଲୁକା କଳା । କ୍ରିସମାସ ଅବସରରେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବିଭିନ୍ନ ସଚେତନତାଭିତ୍ତିକ ଆନ୍ତର୍ଜାତିକମାନର ବାଲୁକା କଳା ପ୍ରଦର୍ଶିତ କରାଯାଇଛି । ସର୍ବସାଧାରଣ ନିଶୁକ୍ଳ ଭାବେ ଆସି ସ୍ୟାଣ୍ଡ ଆର୍ଟ ପାର୍କ ରେ ଥିବା ବାଲୁକା କଳାକୁ ଉପଭୋଗ କରିପାରିବେ ।

You May Also Like

More From Author

+ There are no comments

Add yours