Wed. Oct 14th, 2026

ଭୁବନେଶ୍ୱର: ଯଶୋଦା ମା ଫାଉଣ୍ଡେସନର ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ । ସୀତାନାଥ ବସ୍ତି, ସୋମନାଥ ବସ୍ତି,ପଣ୍ଡାପାର୍କ ବସ୍ତି,ଜଗନ୍ନାଥ ଆମ୍ବତୋଟା ବସ୍ତିରେ ଚାଲିଥିବା ବର୍ଣ୍ଣବୋଧ ପାଠଶାଳାର ଉଦ୍ୟମକୁ ସଭିଏଁ ପ୍ରଶଂସା କରିବା ସହ ବର୍ଣ୍ଣବୋଧ ପାଠଶାଳା ବୁଲି ଦେଖୁଛନ୍ତି । ସୂଦୂର ଦାମନଯୋଡି ନାଲକୋରେ କାମ କରୁଥିବା ବରିଷ୍ଠ ବୈଷୟିକ କର୍ମଚାରୀ ତଥା ସମାଜସେବୀ ଡକ୍ଟର ସୁରେନ୍ଦ୍ର କହଁର ବର୍ଣ୍ଣବୋଧ ପାଠଶାଳାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ବର୍ଣ୍ଣବୋଧ ପାଠଶାଳାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା କୁ ନେଇ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାଚଗୀତ ସାଙ୍ଗକୁ ସାଧାରଣ ଜ୍ଞାନକୁ ନେଇ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା । ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠତା ନିବେଦିତା ଲେଙ୍କା, କଟକ ଶିଶୁ ଭବନର ଶିଶୁ ବିଶେଷଜ୍ଞ ଡାକ୍ତର ସତ୍ୟ ସୁନ୍ଦର ମଲ୍ଲିକ ,ସମାଜସେବୀ ସୁରେନ୍ଦ୍ର କହଁର ,ଶଦ୍ଦ ମିଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶକ୍ତି ଶଙ୍କର ଦାଶ ପ୍ରମୁଖ ସୀତାନାଥ ବସ୍ତିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମାଜସେବୀ ସୁରେନ୍ଦ୍ର ବିଭିନ୍ନ ଚାରୋଟି ବର୍ଣ୍ଣବୋଧ ପାଠଶାଳାର ଶିକ୍ଷୟିତ୍ରୀ ମାନଙ୍କୁ ୟୁନିଫର୍ମ ନିଜ ତରଫରୁ ୟୁନିଫର୍ମ ଶାଢୀ ପ୍ରଦାନ କରିଥିଲେ । ଏହାସହ ଡଷ୍ଟବିନ ଓ ପାଠ୍ୟ ଉପକରଣ ସହଯୋଗ କରିଥିଲେ । ଯଶୋଦା ମା ଫାଉଣ୍ଡେସନର ମୁଖ୍ୟ ନିବେଦିତା ଲେଙ୍କା ସମାଜସେବୀ ଶ୍ରୀଯୁକ୍ତ କହଁରଙ୍କୁ ଢୋକ୍ରା ଉପହାର ସହ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *