ଜଳ,ଜମି,ଜଙ୍ଗଲ ଅଧିକାର ପାଇଁ ଚାଷୀ ମୂଲିଆ ସଂଘର ଜନସଭା

ଜଳ,ଜମି,ଜଙ୍ଗଲ ସୁରକ୍ଷା ଓ ଅଧିକାର ପାଇଁ ବାଣପୁର ବ୍ଲକର ନୀଳାଦ୍ରୀ ପ୍ରସାଦ ପଡିଆରେ ଠାରେ ବିଶାଳ ଜନସଭା କରିଛି ଚାଷୀ ମୂଲିଆ ଆଦିବାସୀ ସଙ୍ଘ । କେନ୍ଦ୍ର ସରକାରଙ୍କ 2022 ମସିହାରେ ହୋଇଥିବା ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକାଠି ହୋଇଛନ୍ତି ଆଦିବାସୀ । ଜଳ,ଜମି,ଜଙ୍ଗଲ ସୁରକ୍ଷା ଓ ଅଧିକାର ଓ ବନବିଭାଗର କାଠ ମାଫିଆ ମାନଙ୍କ ସହ ମଧୂଚନ୍ଦ୍ରୀକା ସହ ଜଙ୍ଗଲ ଲୁଟ ଓ ମିଥ୍ୟା କାଠ ଚୋରି ଅଭିଯୋଗରେ ଅନେକ ନିରୀହ ଆଦିବାସୀ ନେତାଙ୍କୁ ଗିରଫ କରଯାଉଛି । ଏହାର ପ୍ରତିବାଦରେ ଚାଷୀ ମୂଲିଆ ସଂଘ, ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତ ସମ୍ମୁଖରେ ବିରାଟ ଜନ ସମାବେଶ କରିଛି । ବରବରା ପଂଚାୟତର ମା’ ବିରଜାଇ ମନ୍ଦିର ଠାରେ ଶହ ଶହ ଆଦିବାସୀ ପୁରୁଷ ଓ ମହିଳା, ବାଣପୁର ବ୍ଲକର ଆବାହକ ରମେଶ ଶବର, ଦେବରାଜ ଶବର,ସୁରେନ୍ଦ୍ର ଶବର ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଡଭୋକେଟ ଶ୍ରୀ ଅବନୀ ଗୟା,ରାଜ୍ୟ ସଭାପତି ଗଗନ ମଲ୍ଲିକ ଓ ରାଜ୍ୟ କମିଟି ସଭ୍ୟ ନିରାକାର ନାୟକଙ୍କ ଉପସ୍ଥିତିରେ ଏକ ବିଶାଳ ଶୋଭାଯାତ୍ରାରେ ଆୟୋଜିତ ହୋଇଥିଲା । ପ୍ରାୟ ୩ କିମି.ଲାଲ ପତାକା ଧରି ପଦଯାତ୍ରା କରି ସଭାରେ ପହଞ୍ଚିଥିଲେ ଆଦିବାସୀ ।


୨୦୦୬ ରେ ଜଙ୍ଗଲ ସୁରକ୍ଷା ଆଇନ ପାରିତ ହେବାପରେ ମଧ୍ୟ ଜଙ୍ଗଲ ଅଧିବାସୀ ଆଇନ ୨୦୨୨ ପରେ ଆଦିବାସୀଙ୍କୁ ମିଳୁନି ଜଙ୍ଗଲ ଜମି ଅଧିକାର। ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ନେଇ ଦାବୀ କରିଛନ୍ତି ସଂଘ କର୍ମକର୍ତ୍ତା । ଆଦିବାସୀଙ୍କୁ ଅଧିକାର ଓ ଦାବି ପୂରଣ ନହଲେ ଆଦିବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତାରୋକ ଓ ସମସ୍ତ ଅଫିସ୍ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

You May Also Like

More From Author

+ There are no comments

Add yours