Wed. Oct 14th, 2026

ଶିକ୍ଷାର ପ୍ରଦୀପ ଜଳାଇବା ପାଇଁ
କେତେ ଚେଷ୍ଟା ହୁଏ ଅଙ୍କା
ଧନ୍ୟ ତୁମେ ଧନ୍ୟ ଯଶୋଦା ମାଆ ହେ
ନାମ ନିବେଦିତା ଲେଙ୍କା।୧।

ସଂଘର୍ଷ ଆସିଛି ସଂଗ୍ରାମ ଚାଲିଛି
ଜୀବନର ଚଲାପଥେ
ପଛକୁ ହଟିନ ହାରିବା ଶିଖିନ
ଚାଲିଛ ବିଜୟ ରଥେ।୨।

ମାତୃଭାଷା ଶିକ୍ଷା ବର୍ଣ୍ଣବୋଧ ପାଠ
ଶିଖିଲେ ଅନେକ ପିଲା
ପାଞ୍ଚଟି ବସ୍ତିରେ ଶିକ୍ଷାର ଆଲୋକ
ସବୁଆଡେ ହୁଏ ହାଲା।୩।

ଗରବ ମେଧାବୀ ପିଲାଙ୍କୁ ତମେ ତ
କେତେ ସହାୟତା କଲ
ଦଶମ ପରୀକ୍ଷା ସରିଯିବା ପରେ
ସବୁ ଦାୟିତ୍ୱ ତ ନେଲ।୪।

ଡାକ୍ତର, ଶିକ୍ଷକ ପ୍ରଶାସନ ସେବା
କେତେ ଛାତ୍ର ପାଇଛନ୍ତି
ଟିଭି ମିଡିଆରେ ଖବରକାଗଜରେ
ସମ୍ମାନ ତ ରଖିଛନ୍ତି।୫।

ସଂଧ୍ୟା ଧୂପ ପରେ ଭାଗବତ ଚର୍ଚ୍ଚା
ନୂଆ ପ୍ରୟାସ କରିଛ
ବସ୍ତି ବାସିନ୍ଦାଙ୍କୁ ଆଧ୍ୟାତ୍ମିକ ରଜ୍ଜୁ
ଭିତରେ ବାନ୍ଧି ପାରିଛି।୬।

ମୃତ୍ୟୁ ପରେ ମଧ୍ୟ ଶରୀରକୁ ଦାନ
କରିବାକୁ ପଣ କଲ
ସବୁ ପିଲାଙ୍କର ପ୍ରିୟ ପାତ୍ର ହୋଇ
ଯଶୋଦା ମା ଟିଏ ହେଲ ।୭।

✍️ପ୍ରତ୍ୟୁଷ ଭଞ୍ଜ
ସ୍ନାତକୋତ୍ତର (ଓଡ଼ିଆ)
ଛାତ୍ରନେତା ତଥା ଯୁବସମାଜସେବୀ
ରେଳବିହାର, ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର
ମୋ : ୭୯୭୮୯୩୨୧୮୯

Leave a Reply

Your email address will not be published. Required fields are marked *