Wed. Oct 14th, 2026

ଥିରି ଥରି ସବୁଠି ଓହ୍ଲାଇ ଆସୁଛି ଶୀତ । ବରଫର ଚାଦର ତଳେ ସତେଯେମିତି ମୁହଁ ଲୁଚାଇଛି ସବୁଜିମା । କେବେ ଗଛରେ ତ ଆଉ କେବେ ରାସ୍ତାରେ ମେଞ୍ଚା ମେଞ୍ଚା ବରଫ,ହୃଦୟରେ ସୃଷ୍ଟି କରୁଛି ଉନ୍ମାଦନା ଓ ଆକର୍ଷଣ । ସଦୂର କାନାଡା ଓ ୟୁଏସଏ ସୀମାରେ ଶୀତର ଛୁଆଁ ଖୁବ ଆକର୍ଷଣୀୟ । ଘର ସାମ୍ନାରେ ଶୁଭ୍ର ସତେଜ ବରଫ ଗଦେଇ ହୋଇଛି । ମାଇନସ 15 ଡିଗ୍ରି ତାପମାତ୍ରା । ଜାଡରେ ଥରୁଛି ସହର,ଗଛଲତା,ସାଧାରଣ ଜୀବନ । ସୁନେଲି ଖରାରେ ଚିକମିକ କରୁଛି ଘର ଅଗଣା ବରଫର ଗାଲିଚା । ତେବେ ଭାନକ୍ୟୁଭର,କାନାଡ଼ାରୁ କ୍ୟାମେରାରେ କଏଦ ହୋଇଛି ସ୍ନୋ ଫଲ୍ ର କିଛି ସୁନ୍ଦର ଦୃଶ୍ୟ । ବରଫର ଆସ୍ତରଣ ତଳେ ପୁରା ପରିବେଶ,ନିଶ୍ଚୟ ରୋମାଞ୍ଜିତ କରିବ । ଏବେ ଭାନକ୍ୟୁଭର ବି ସି କାନାଡ଼ାରେ (Vancouver BC Canada, Coquitlam)ରେ ସମୟ ବିତାଉଛନ୍ତି ବରିଷ୍ଠ ଓଡ଼ିଆ ମିଡିଆ କନସଲଣ୍ଟାଣ୍ଟ ଡକ୍ଟର ଅସିତ ଦାସ । ଭାନକ୍ୟୁଭର ବି ସି କାନାଡ଼ାରେ (Vancouver BC Canada, Coquitlam) ୟୁଏସଏ ସୀମାରୁ କିଛି ବରଫପାତର ଦୃଶ୍ୟ ସାଉଁଟିଛନ୍ତି ଡକ୍ଟର ଅସିତ ।

Leave a Reply

Your email address will not be published. Required fields are marked *