ବାଣପୁର ନରେନ୍ଦ୍ରପୁରରେ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଣପୁର : ବାଣପୁର ବ୍ଲକର ସ୍ମାର୍ଟ ପଂଚାୟତ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟସ୍ଥଳୀରେ ସାତ ଦିନ ବ୍ୟାପି ଚାଲିଥିବା ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଏଥିରେ ଯୁବକ ଯୁବତୀ ମାନଙ୍କୁ ଟାକ୍ସ ଫୋର୍ସ, ପ୍ରାଥମିକ ଚିକିତ୍ସା ଓ ମ୍ୟାନେଜମେଣ୍ଟ ଆଦି ପ୍ରଶିକ୍ଷଣ ଦିଆଯାଇଥିଲା । ପଞ୍ଚାୟତର ବହୁ ଯୁବକ ଯୁବତୀ ଏଥିରେ ଭାଗ ନେଇଥିବା ବେଳେ ବିଭିନ୍ନ ବିଭାଗରୁ ୨୫ ଜଣ ଲେଖାଏଁ କୃତକାର୍ଯ୍ୟ ହୋଇଥିଲେ।

ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ ଓ ବ୍ଲକ ଉନ୍ନୟନ ଅଧିକାରିଣୀ ବୁଲବୁଲ ବେହେରା ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତର ସରପଂଚ ତଥା ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ସବିତା ଦାଶ, ସଂପାଦକ ପବିତ୍ର ମୋହନ ବରାଳ ଓ ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀ ପରିଚାଳନା କରିଥିଲେ । ଶିବିର ଓ ପ୍ରଶିକ୍ଷଣକୁ ନେଇ ବିଭିନ୍ନ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତର ସମସ୍ତ ଗାଁରୁ ଯୁବକ ଯୁବତୀ ଭାଗ ନେଇଥିଲେ । ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଚାଲିଥିବା ପ୍ରଶିକ୍ଷଣ ଉଦଯାପନ ଅବସରରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୋପିନାଥ ମହାରଣା ଯୋଗଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ଅଂଚଳର ଯୁବକ ଯୁବତୀଙ୍କୁ ଧନ୍ୟବାଦ ଦେବା ସହ ସରକାରଙ୍କ ଦ୍ବାରା ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀର ଲକ୍ଷ୍ୟ ସଫଳ କରିବା ସହ ଓ ଆସନ୍ନ ବିପଦରୁ ରକ୍ଷା କରିବାର ଲକ୍ଷ୍ୟ ନେଇ ଆଶା କରିଥିଲେ । ପ୍ରଶିକ୍ଷଣକୁ ପ୍ରଶିକ୍ଷିକା ବନିତା ଦାସ, ମୋନାଲିସା ପଣ୍ଡା ଓ ପ୍ରଶିକ୍ଷକ ଦେବାଶିଷ ପ୍ରଧାନ ଓ ଗୋବିନ୍ଦ ବେହେରା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପଂଚାୟତର ପୂବତନ ସରପଂଚ ବାମନ ଦାସ, ପୂର୍ବତନ ଜିଲ୍ଲାପରିଷଦ ସତ୍ୟ ନାରାୟଣ ପାଲଟାସିଂ, ଝୁଲଣ ଜେନା ଓ ପଂଚାୟତର ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ଦେଇଥିଲେ। ଶେଷରେ ପଂଚାୟତର ସମିତି ସଭ୍ୟ କନ୍ଦର୍ପ ଜେନା ଯୋଗଦେଇଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You May Also Like

More From Author

+ There are no comments

Add yours