ସେନାରେ ଚାକିରୀ, ପୁଣି ଚାଷୀ , ପରେ ବିମାନସେବା , ଉଦ୍ୟୋଗପତିଙ୍କ ସଂଘର୍ଷ କାହାଣୀ


ତାମିଲ ଫିଲ୍ମ ସୋରାରାଇ ପୋଟରୁ ଆପଣଙ୍କ ମଧ୍ୟରୁ ସମସ୍ତ ଦେଖିଥିବେ । ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ସୂର୍ଯ୍ୟା । ଫିଲ୍ମର କାହାଣୀ ଜଣେ ଗାଁର ବ୍ୟକ୍ତି ଉପରେ ପର୍ଯ୍ୟବେଷିତ ଥିଲା । ଯିଏ କମ ମୂଲ୍ୟରେ ଲୋକଙ୍କୁ ବିମାନ ସେବା ଯୋଗାଇ ଦେଉଥିଲେ । ଏଥିପାଇଁ ସେ ଅନେକ ରାଜନେତା, ବ୍ୟବସାୟୀଙ୍କ ସହ ମଧ୍ୟ ଲଢେଇ କରିଥିଲେ । ଚଳଚିତ୍ରକୁ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ମିଳିଥିଲା । ତେବେ ଯେଉଁ ବ୍ୟକ୍ତିଙ୍କ ବାସ୍ତବ ଜୀବନ ଉପରେ ଏହି କାହାଣୀଟି ନିର୍ମାଣ ହୋଇଥିଲା ସେହି ବ୍ୟକ୍ତି ହେଉଛନ୍ତି କ୍ୟାପଟେନ ଜିଆର ଗୋପିନାଥ ।
ଜିଆର ଗୋପିନାଥଙ୍କ ଜୀବନ ବେସ ସଂଘର୍ଷରେ କଟିଛି । ଜୀବନରେ କେତେବେଳେ ସଫଳତା ତ କେତେବେଳେ ବିଫଳତା ତାଙ୍କ ହାତରେ ଲାଗିଛି । ହେଲେ ସେ କେବେହେଲେ ଲଢେଇକରିବା ଛାଡିନଥିଲେ । ନିଜ ସ୍ୱପ୍ନ ପୂରା କରି ସାଧାରଣ ଲୋକଙ୍କ ପାଇଁ ବିମାନ ସେବା ଯୋଗାଇଦେଇଥିଲେ । ୧୯୫୧ ମସିହା ନଭେମ୍ବର ୧୩ରେ ଜିଆର ଗୋପିନାଥଙ୍କ ଜନ୍ମ ହୋଇଥିଲା । କର୍ଣ୍ଣାଟକର ଗୋରରୁର ଗାଁରେ ନିଜର ପିଲାବେଳ କଟାଇଥିଲେ । ଘରେ ପାଠପଢା ପରେ ସେ ୧୯୬୨ରେ ସୈନିକ ସ୍କୁଲରେ ପାଠ ପଢିବା ଆରମ୍ଭ କରିଥିଲେ । ଏଠାରୁ ସେ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ପାଠପଢା ଶେଷ ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇଥିଲେ । ସେଠାରେ ଯୋଗଦେବା ସହ ଆଠ ବର୍ଷ ଚାକିରୀ କରିଥିଲେ । ମାତ୍ର ୨୮ ବର୍ଷରେ ସେ ସେନାରୁ ଇସ୍ତଫା ଦେଇ ଚାଷୀ ଭାବେ ନିଜ ଜୀବନ ଆରମ୍ଭ କରିଦେଇଥିଲେ । ଗୋପାଳନ କରିବା ସହ କ୍ଷୀର ବିକ୍ରି କରି ନିଜର ଜୀବନ ଅତିବାହିତ କରିଥିଲେ । ପରେ ଫାର୍ମ ଏବଂ ହୋଟେଲ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ ।
ତେବେ ସେ ଯାହା କରିବାକୁ ଚାହୁଁଥିଲେ ତାର ନିଅ ଖୋଳାଯାଇଥିଲା ୧୯୯୭ ମସିହାରେ । ଯେତେବେଳେ ଜିଆର ଗୋପିନାଥ ଡେକାନ ଏଭିଏସନ ନାଁରେ ଏକ କମ୍ପାନୀ ନିର୍ମାଣ କରିଥିଲେ । ଏଥିରେ ସେ ପ୍ରଥମେ ଲୋକଙ୍କୁ ଚାର୍ଟାଡ ହେଲିକପ୍ଟର ସେବା ଯୋଗାଇବା ଆରମ୍ଭ କଲେ । ଭିଆଇପିଙ୍କୁ ଏହା ସେବା ଯୋଗାଇଆସୁଥିଲା । ଏହା ପରେ ସେ ଲୋକଙ୍କୁ କମ ମୂଲ୍ୟରେ ସେବା ଯୋଗାଇବା ପାଇଁ ୨୦୦୩ରେ ଡେକାନ ଏୟାରଲାଇନର ଶୁଭାରମ୍ଭ କରିଥିଲେ । ଏହାକୁ ଲଞ୍ଚ କରିବା ପାଇଁ ସେ ଜୀବନର ସମସ୍ତପୁଞ୍ଜି ବିନିଯୋଗ କରିଦେଇଥିଲେ । ତେବେ ସେବା ଯୋଗାଇବା ଭିତରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା । ପ୍ରଥମ ଚାରିବର୍ଷ ପରେ ୨୦୦୭ରେ ଏହା ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ ସହ ବିଲୟ ହୋଇଯାଇଥିଲା । ଏହା ପୂର୍ବରୁ ଡେକାନ ଏୟାର ଲାଇନ୍ସ ୪୩ଟି ବିମାନରେ ୬୦ରୁ ଅଧିକ ସ୍ଥାନକୁ ପ୍ରତିଦିନ ୩୫୦ ଟି ଫ୍ଲାଇଟ ଚଳାଉଥିଲା ।
ଏହା ପରେ ବି ସେ ହାର ମାନିନଥିଲେ ୨୦୧୩ରେ ସେ ପୁଣିଥରେ ଡେକାନ ୩୬୦ ନାମରେ ଆଉ ଏକ ଏୟାର କାର୍ଗୋର ଶୁଭାରମ୍ଭ କରିଥିଲେ । ଏହା ମଧ୍ୟ କିଛି ଦିନ ପରେ ଠପ୍ ହୋଇଯାଇଥିଲା । ବିଭିନ୍ନ କମ୍ପାନୀ ପାଖରୁ ନେଇଥିବା ଟଙ୍କା ପୈଠ କରିନଥିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା ଜିଆର ଗୋପିନାଥ କିନ୍ତୁ ଶିଖାଇ ଦେଲେ ଯେ ଜୀବନରେ ସଫଳତା ଏବଂ ବିଫଳତା ଆସିବ କିନ୍ତୁ ଆମେ କେବେ ମୁଣ୍ଡ ନୁଆଇଁବା ନାହିଁ

You May Also Like

More From Author

+ There are no comments

Add yours