ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଶେଷ ସାଲ୍ୟୁଟ୍ କଲା ପୁଅ

ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଘରକୁ ଆସି କଲେ ଶେଷ ସାଲ୍ୟୁଟ୍ କଲା ପୁଅ
ମାଆ ଆଉ ପୁଅର ସମ୍ପର୍କ ଏକ ଅତୁଟ ବନ୍ଧନ । ମାଆ ସବୁବେଳେ ଚାହେଁ ପୁଅ ବହୁତ ଆଗକୁ ବଢୁ । ନିଜର ଜୀବନରେ ବହୁତ ଉନ୍ନତି କରୁ । ତେବେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଯାହା ସମସ୍ତଙ୍କ ପାଇଁ ଗୋଟିଏ ନିଆରା ଉଦାହରଣ ସୃଷ୍ଟି କରିଛି । ଏହି ଭିଡିଓରେ ଜଣେ ସେନାର ଅଧିକାରୀ ଅବସର ପୂର୍ବରୁ ଶେଷ ଥର ପାଇଁ ମାଆଙ୍କୁ ସାଲ୍ୟୁଟ୍ କରିଛନ୍ତି । ଅନେକ ୟୁଜର୍ସ ଏହାକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ।
ସେବାରୁ ଅବସର ନେବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ଖାସ ହୋଇଥାଏ । ଆଉ ଏହି ମୂହୁର୍ତ୍ତ ସମସ୍ତଙ୍କ ପାଇଁ ଭାବବିହ୍ୱଳ କରିଦେବା ଭଳି । ତେବେ ସେନାର ଜଣେ ଅଧିକାରୀ ଶେଷ ଥର ପାଇଁ ବର୍ଦ୍ଦି ପିନ୍ଧି ମାଆଙ୍କୁ ସଲାମୀ ଦେଇଛନ୍ତି । ଏହି ଭିଡିଓଟି ମେଜର ଜେନେରାଲ ରଞ୍ଜନ ମହାଜନଙ୍କର । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ନିଜର କଥାକୁ ରଖିଛନ୍ତି । ମେଜର ଜେନେରାଲ ରଞ୍ଜନ ପ୍ରଥମେ ଘରେ ପହଞ୍ଚି ଘରର ଘଣ୍ଟି ବଜାଇବା ସହ ଘରେ ପ୍ରବେଶ କରୁଛନ୍ତି ଏବଂ ମାଆଙ୍କ ପାଖକୁ ଯାଇ ତାଙ୍କୁ ସାଲ୍ୟୁଟ କରୁଛନ୍ତି । ମାଆ ମଧ୍ୟ ଏହା ଦେଖି ବେସ ଖୁସି ହୋଇଯାଉଛନ୍ତି । ଏହି କିଛି ମୁହୂର୍ତ୍ତ ହିଁ ଅନେକ କଥା କହୁଛି । ମାଆ ପୁଅ ପରସ୍ପରକୁ କୋଳାଗ୍ରତ କରୁଛନ୍ତି । ଦେଶ ସେବାରେ ଥିବା ପୁଅ ଯେତେବଳେ ଅବସର ନେଉଛି ତାହା ମାଆ ପାଇଁ ମଧ୍ୟ ଗର୍ବର ବିଷୟ ।
ସୋସିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । ପାଖାପାଖି ୪୩ହଜାର ଲୋକ ଏହାକୁ ଲାଇକ ମଧ୍ୟ କରିଛନ୍ତି । ଅନେକ ଜଣ ମଧ୍ୟ ସେମାନଙ୍କ ମାଆଙ୍କ ପ୍ରତି ଥିବା ଭାବନାକୁ ଭିଡିଓରେ କମେଣ୍ଟ ମାଧ୍ୟମରେ ଜଣାଉଥିବା ନଜର ଆସିଛି । ଜଣେ ୟୁଜର୍ସ ମଧ୍ୟ ଏହା ଲେଖିଛନ୍ତି ଯେ ଆପଣଙ୍କ ବର୍ଦ୍ଦିରେ ପ୍ରଥମ ଷ୍ଟାର ମାଆ ଲଗାଇଥିଲେ ଆଉ ଶେଷ ସାଲ୍ୟୁଟ ବି ମାଆଙ୍କୁ ମିଳିଛି, ଆପଣ ବହୁତ ଭାଗ୍ୟଶାଳୀ ।

ବାଂଲାଦେଶ ହାତରୁ ମ୍ୟାଚ ଛଡାଇଆଣିଲେ ଅଶ୍ୱିନୀ, ମୀରପୁର ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ
ବାଂଲାଦେଶ ବିରୋଧରେ ଭାରତ ମୀରପୁର ଟେଷ୍ଟରେ ୩ ୱିକେଟରେ ବିଜୟୀ ହୋଇଛି । ରବିବାର ଭାରତ ଏହି ମ୍ୟାଚ ସହ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜରେ ବିଜୟୀ ହୋଇଛି । ଗୋଟିଏ ସମୟ ଏହିଭଳି ଥିଲା ଯେତେବଳେ ଭାରତ ହାତରୁ ମ୍ୟାଚ ଏକପ୍ରକାର ଖସିଯାଉଥିଲା । ଭାରତ ଉପରେ ପରାଜୟର ବିପଦ ଘନେଇଥିଲା । ତେବେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିଜୟ ହାସଲ କରିନେଇଥିଲା ।
ବାଂଲାଦେଶ ଭାରତକୁ ୧୪୫ ରନର ଲକ୍ଷ୍ୟ ଦେଇଥିଲା । ତେବେ ଶନିବାର ଭାରତ ୪୫ ରନରେ ୪ଟି ୱିକେଟ ହରାଇଥିଲା । ଚତୁର୍ଥ ଦିନରେ ହାତ ଆଉ ୬ଟି ୱିକେଟ ଥାଇ ୧୦୦ ରନ ଆବଶ୍ୟକ କରୁଥିଲା । ଏହା ପରେ ମଧ୍ୟ ଭାରତର ସ୍ଥିତି ସଙ୍ଗୀନ ରହିଥିଲା । ଦଳ ୭୪ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହି ସମୟରେ ଦଳ ପାଇଁ ମଙ୍ଗ ଧରିଥିଲେ ଶ୍ରେୟସ ଆୟାର ଏବଂ ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱିନ ୬୨ ବଲରେ ୪୨ ରନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ୭୧ ରନର ଭାଗିଦାରୀ ହୋଇଥିଲା । ଏହାରି ବଳରେ ଭାରତ ଦମଦାର ବିଜୟ ହାସଲ କରିଛି ।
ଗୋଟିଏ ଝଟକାରେ ବଦଳିଲା ଭାଗ୍ୟ । ଡ୍ରାଇଭରରୁ ୩୩ କୋଟିର ମାଲିକ ହୋଇଗଲେ ଭାରତୀୟ ବଂଶୋଦ୍ଭବ ।
କୁହାଯାଏ ଭାଗ୍ୟ ବଦଳିବାକୁ ମାତ୍ର ଗୋଟିଏ ମୁହୂର୍ତ୍ତ ଦରକାର । ଆଉ କିଛି ଏଭଳି ଘଟିଛି ଭାରତୀୟ ବଂଶୋଦ୍ଭବ ଡ୍ରାଇଭର ଅଜୟ ଓଗୁଲାଙ୍କ ସହ । ଦୁବାଇରେ ରହୁଥିବା ୩୧ ବର୍ଷୀୟ ଅଜୟ ରାତାରାତି କୋଟିପତି ହୋଇଯାଇଛନ୍ତି । ସେ ଏମିରେଟ୍ସ ଲକି ଡ୍ରରେ ୩୩ କୋଟିର ପୁରସ୍କାର ଜିତିଛନ୍ତି ।
ଏତେ ଟଙ୍କା ଜିତିବା ପରେ ଅଜୟ କହିଛନ୍ତି, ମୋତ ଏବେ ମଧ୍ୟ ବିଶ୍ୱାସ ହେଉନାହିଁ ମୁଁ ଜ୍ୟାକପଟ ଜିତିଯାଇଛି । ସେ କହିଛନ୍ତି ଏହି ଟଙ୍କାରେ ମୁଁ ଗୋଟିଏ ଅନାଥ ଆଶ୍ରମ କରିବି । ଏହା କରିବା ଦ୍ୱାରା ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିପାରିବ ।
ମୂଳତଃ ଦକ୍ଷିଣ ଭାରତରୁ ଆସୁଥିବା ଅଜୟ ଓଗୁଲା ୪ ବର୍ଷ ପୂର୍ବରୁ ଚାକିରୀ ଅନ୍ୱେଷଣରେ ୟୁଏଇ ଯାଇଥିଲେ । ବର୍ତ୍ତମାନ ଅଜୟ ଏକ ଜ୍ୱେଲେରୀ ଫାର୍ମରେ ଡ୍ରାଇଭର ଭାବେ କାମକରୁଛନ୍ତି । ସେ ପ୍ରତ୍ୟେକ ମାସରେ ୩ ହଜାର ୨ ଶହ ଦିରାମ ଅର୍ଥାତ ୭୨ ହଜାର ଟଙ୍କା ରୋଜଗାର କରୁଛନ୍ତି । ତେବେ ସେ ବର୍ତ୍ତମାନ ଜ୍ୟାକପଟ ଜିତି କୋଟି ପତି ହୋଇଯାଇଛନ୍ତି ।
ଅଜୟ କହିଛନ୍ତି ଯେତେବେଳେ ମୁଁ ଭାରତରେ ଥିବା ପରିବାରକୁ କୋଟିପତି ହେବାର ଖବର ଦେଇଥିଲି ସେତେବେଳେ ମୋ ମାଆ, ଭାଇ, ଭଉଣୀ ବିଶ୍ୱାସ କରିପାରିନଥିଲେ । ତେବେ ପରେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ତାଙ୍କୁ ବିଶ୍ୱାସ ହୋଇଯାଇଥିଲା ।
ପ୍ରଥମେ ଅଜୟ ଲଟେରୀ ଟିକଟ କିଣିଥିଲେ । ସେ ଏହାକୁ ଡ୍ର କରିଥିଲେ । ତେବେ ତାଙ୍କୁ ବିଶ୍ୱାସ ହୋଇନଥିଲା ଯେ ସେ ଏହି ଲଟେରୀ ଜିତିଯାଇଛନ୍ତି । ତାଙ୍କୁ ପୁରସ୍କାର ଭାବେ ୧୫ ମିଲିୟନ ଦିରାମ ବା ୩୩ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ଲଟେରୀ ଭାବେ ମିଳିଛି । ଏହା ଶୁଣିବା ପରେ ସେ ବିଶ୍ୱାସ କରିପାରିନଥିଲେ । ଜଣେ ଡ୍ରାଇଭରରୁ ସେ କୋଟିପତି ହୋଇପାରିଛନ୍ତି ।

https://www.instagram.com/reel/CmGI

You May Also Like

More From Author

+ There are no comments

Add yours