Thu. Oct 15th, 2026

ଶ୍ରୀ ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ବାଣପୁରର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସଂଜୟ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ। ଦ୍ୱିତୀୟ ଦିବସରେ ବାଣପୁର ଶିକ୍ଷା ଅଧିକାରୀ ସନାତନ ଜାଲି ସମ୍ମାନିତ ଅତିଥି, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,ପୂର୍ବତନ ସରପଂଚ ତଥା ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ଇଂ, ଅଜିତ ରଣସିଂହ, ପ୍ରଫେସର ରମାକାନ୍ତ ନନ୍ଦ ତଥା ଭଗବତୀ ଦେବତ୍ତୋର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ବାସକୃଷ୍ଣ ଦାସ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସଂଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ।


ପ୍ରଥମ ଦିବସରେ ପିଲାମାନଙ୍କ ଦୌଡକୁଦ ପ୍ରତିଯୋଗିତା କରାଯିବା ସଙ୍ଗେ ସଙ୍ଗେ ଅଭିଭାବକଙ୍କ ସହ ମୁକ୍ତ ଆଲୋଚନା କରାଯାଇଥିଲା। ଉଦଯାପନ ଉତ୍ସବରେ ଅତିଥି ଓ ବକ୍ତା ନିଜ ଭାଷଣରେ ଉପସ୍ଥିତ ଅଭିଭାବକଙ୍କ ଚରିତ୍ର ଗଠନ ପ୍ରଥମେ ଘରୁ ଆରମ୍ଭ ହେବା ପାଠ ସହ ଖେଳ ଓ ଶାସ୍ତ୍ର ଜ୍ଞାନ ଜାଗରଣ କରି ପୂଣ୍ଣାଙ୍ଗ ଶିକ୍ଷାଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *