Thu. Oct 15th, 2026

୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଆଜି ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା। ଫାଇନାଲ ମୁକାବିଲାରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି।

୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଆଜି ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା। ଫାଇନାଲ ମୁକାବିଲାରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି।
ଆଉ ଦୁନିଆର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ ମେସିଙ୍କ ବିଶ୍ଵ କପ୍ ଜିତିବା ସ୍ଵପ୍ନ ସାକାର ହୋଇଛି। ନିଃଶ୍ଵାସ ଅଟକାଇ ଦେଇଥିବା ଏବଂ ହୃଦ କମ୍ପନ ବଢାଇଦେଉଥିବା ମ୍ୟାଚ୍‌ରେ ଲିଓନେଲ ମେସି ୨ଟି ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ବିଶ୍ଵ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଡିଏଗୋ ମାରାଡୋନାଙ୍କ ପରି ମେସି ଦଳର ନେତୃତ୍ଵ ନେଇ ଦଳକୁ ବିଶ୍ଵ ବିଜୟୀ କରାଇଛନ୍ତି। ଏହା ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଏବଂ ୧୯୮୬ରେ ବିଶ୍ଵ ଚାମ୍ପିଅନ ହୋଇଥିଲା। ଅନ୍ୟପଟେ ଫ୍ରାନ୍ସର ତୃତୀୟ ଫିଫା ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ମେସିଙ୍କ ଏହା ଶେଷ ବିଶ୍ଵ କପ୍ ଥିଲା। ଫାଇନାଲ୍‌ ମୁକାବିଲାରେ ଲିଓନେଲ୍ ମେସି ୨ଟି ଏବଂ ଡି ମାରିଓ ଗୋଟିଏ ଗୋଲ୍ ଦେଇଛନ୍ତି। ଫ୍ରାନ୍ସ ପକ୍ଷରୁ ଏମ୍ବାପେ ୩ଟି ଗୋଲ୍ ଦେଇ ଥିଲେ ହେଁ ଫ୍ରାନ୍ସକୁ ଚାମ୍ପିଅନ କରାଇ ପାରି ନାହାନ୍ତି। ବିଶ୍ଵ କପ୍ ଇତିହାସରେ ଏମ୍ବାପେ ପ୍ରଥମ ଖେଳାଳି ଭାବେ ହ୍ୟାଟ୍ରିକ ଗୋଲ୍ ଦେବାର ରେକର୍ଡ କରିଛନ୍ତି।
କାତାରରେ ବିଶ୍ଵ କପ୍‌ ଫାଇନାଲ୍‌ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠୁ ରୋମାଞ୍ଚକର ଫାଇନାଲ୍ ରହିଛି। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଖେଳି ଫ୍ରାନ୍ସ ଉପରେ ଚାପ ପକାଇବାରେ ସଫଳ ହୋଇଥିଲା। ୨୩ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟିକୁ ମେସି ଗୋଲ୍‌ କରିବାରେ କୌଣସି ତ୍ରୁଟି କରିନଥିଲେ ଏବଂ ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପୁଣି ୩୬ତମ ନିନିଟ୍‌ରେ ମେସି ଆଲଭାରେଜକୁ ପାସ୍ ଦେଇଥିଲେ। ଆଉ ଆଲଭାରେଜ୍‌ଙ୍କଠୁ ପାସ୍ ପାଇ ଡି ମାରିଓ ୩୬ତମ ମିନିଟ୍‌ରେ ଦମଦାର ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଘନ ଘନ ଗୋଲ୍ ପୋଷ୍ଟକୁ ଆକ୍ରମଣ କରି ଫ୍ରାନ୍ସ ଉପରେ ଚାପ ପକାଇଥିବା ସହ ଅଗ୍ରଣୀକୁ ବଳବତ୍ତର ରଖିଥିଲା।

ଦ୍ଵିତୀୟାର୍ଦ୍ଧରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ କଡା ସଂଘର୍ଷ ହୋଇଥିଲା। ଫ୍ରାନ୍ସ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ଡିଫେଣ୍ଡରକୁ ଭେଦ କରି ପାରିନଥିଲା। ତେବେ ଦଳର ଷ୍ଟାର ଖେଳାଳି ଏମ୍ବାପେ ୭୯ତମ ମିନିଟ୍‌ରେ ଚମତ୍କାର ଗୋଲ୍‌ ଦେଇ ମ୍ୟାଚ୍‌ର ଫ୍ରାନ୍ସକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ପୁଣି ଏହାର ଦୁଇ ମିନିଟ୍ ଅର୍ଥାତ ୮୧ତମ ମିନିଟ୍‌ରେ ଏମ୍ବାପେ ଆର୍ଜେଣ୍ଟିନାର ଡିଫେଣ୍ଡରଙ୍କୁ ଚକମା ଦେଇ ଦ୍ଵିତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ବିଶେଷ କରି ଦ୍ଵିତୀୟାର୍ଦ୍ଧର ଶେଷ ୧୫ ମିନିଟ୍‌ରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳ ଖେଳି ଆର୍ଜେଣ୍ଟିନାକୁ ଚାପରେ ରଖିବାରେ ସଫଳ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ବରାବର ହେବାରୁ ଅତିରିକ୍ତ ସମୟରେ ମେସି ଦ୍ଵିତୀୟ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ୩-୨ରେ ଅଗ୍ରଣୀ କରାଇଥିଲେ। ତେବେ ଫ୍ରାନ୍ସ ପାଲଟା ଜବାବ ଦେଇ ଦଳ ପକ୍ଷରୁ ଏମ୍ବାପେ ହ୍ୟାଟ୍ରିକ ଗୋଲ୍ ଦେଇ ମ୍ୟାଚ୍‌କୁ ପୁଣି ଥରେ ୩-୩ ବରାବର ସ୍ଥିତିକୁ ଆଣିଥିଲେ। ପୁଣି ମିଳିଥିବା ଅତିରିକ୍ତ ସମୟରେ କୌଣସି ଗୋଲ୍ ନହେବାରୁ ମ୍ୟାଚ୍ ସମାନ ସ୍ଥିତିରେ ରହିବାରୁ ପେନାଲ୍‌ଟି ସୁଟଆଉଟ୍‌ର ସାହାର୍ଯ୍ୟ ନିଆଯାଇଥିଲା। ଆଉ ଏଥିରେ ୪-୨ରେ ବାଜି ମାରିଛି ଆର୍ଜେଣ୍ଟିନା

Leave a Reply

Your email address will not be published. Required fields are marked *