Thu. Oct 15th, 2026

ଟାଙ୍ଗୀ : ବିବାହ ବେଳେ ସାତ ଜନମକୁ ସାଥି ହୋଇ ରହିବା ଲାଗି ଶପଥ କରିଥିଲେ । ଆଜି ସଡ଼କ ଦୁର୍ଘଟଣା ରେ ପତି-ପତ୍ନୀ ଏକାଠି ଆରପାରିକୁ ଚାଲିଗଲେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଦୀକ୍ଷିତପଡା ଛକରେ ଭୟାବହ ବାଇକ୍ ଦୁର୍ଘଟଣା ଘଟି ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ଟାଙ୍ଗୀ ଥାନା ସୋରଣ ପଞ୍ଚାୟତ ବଡଡିହ ଗ୍ରାମ ହୁଲ୍ଲାସ ଚନ୍ଦ୍ର ସାହୁ (୫୩) ଓ ମମତା ସାହୁ (୫୦)। ଦମ୍ପତି ବାଇକ୍ ରେ ବାଲୁଗାଁରୁ ଟାଙ୍ଗୀ ଆସୁଥିବା ବେଳେ ଦୀକ୍ଷିତପଡା ଛକରେ ଦୁର୍ଘଟଣା ହୋଇଛି। ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରକ୍ ଦକ୍ଷିଣରୁ ଅପର ପାର୍ଶ୍ୱକୁ ଅତିକ୍ରମ କରୁଥିବା ବେଳେ ବାଇକ୍ ଟି ଟ୍ରକ୍ ପଛ ଭାଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ମାଡ ହୋଇଥିଲା। ଫଳରେ ପତି ପତ୍ନୀ ଉଭୟ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କୁହୁଡି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ନିଜ ଗାଡିରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ପରିକ୍ଷାନୀରିକ୍ଷା ପରେ ଦମ୍ପତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟାଙ୍ଗୀ ଥାନା ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ହୁଲ୍ଲାସ ଚନ୍ଦ୍ର ପେଷାରେ ଘରୋଇ ସଂସ୍ଥାରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *