



ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣପୁର ରେ ୧୬ ଓ ୧୭ ଦୁଇଦିନ ବ୍ୟାପି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଆଜ ଉଦଯାପିତ ହୋଇଯାଇଛି।
ଗତକାଲି ବାଣପୁର ମାଆ ଭଗବତୀ ମନ୍ଦିରରୁ ମଶାଲ ଯାତ୍ରା , ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ପରିସରରେ ଆସି ପହଞ୍ଚିଥିଲା । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକଙ୍କ ଦ୍ୱାରା କ୍ରୀଡା ବିଭାଗର ପତାକା ଉତ୍ତୋଳନ କରାଯାଇ ବିଭିନ୍ନ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା ମହାନ୍ତି ସଭା ପରିଚାଳନା କରିଥିଲେ। ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜ୍ଞାପିତ ଅଂଚଳ ପରିଷଦର ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ ,୪ନଂ ୱାର୍ଡର କାଉନସିଲର ରାସଲତା ଜେନା ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଅନୁଷ୍ଠାନର କ୍ରୀଡା ଶିକ୍ଷକ ବିଭୂଧେନ୍ଦୁ ମାନସିଂହ ପରିଚାଳନା କରିଥିଲେ। ରବିନ୍ଦ୍ର ମାର୍ଥା, ଅକୃର ପ୍ରଧାନ, ଶିବଶଙ୍କର ପଣ୍ଡା , ଏହି ପ୍ରତିଯୋଗିତାରେ ସହଯୋଗ କରିଥିଲେ । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କାର୍ଯ୍ୟାଳୟ କର୍ମକର୍ତା ଉପସ୍ଥିତ ରହି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ସହଯୋଗ କରିଥିଲେ । ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡ଼ିଆଁ,ଲମ୍ବ ଡ଼ିଆଁ ,ଜାଭିଲିନ, ସଟ ଫୁଟ , ଓ ବିଭିନ୍ନ ଖେଳକୁ ଅଧ୍ୟାପକ ଓ ଅଧ୍ୟାପିକା ଓ ସମସ୍ତ ଛାତ୍ରୀ ମାନେ ବେଶ ମନଭରି ଉପଭୋଗ ମଧ୍ୟ କରିଥିଲେ l ଆଜି ଉଦଯାପନ ଦିବସରେ ମୁଖ୍ୟ ବକ୍ତା ଭାବରେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଓ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁନାୟକ , ପୂର୍ବତନ ସଂପାଦକ ଜଗନ୍ନାଥ ଭୋଳ ଅତିଥିଭାବେ ଯୋଗ ଦେଇ କ୍ରୀଡା ଓ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁନାୟକ ନିଜ ଅଭିଭାଷଣରେ ଏନଏସି ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ । ଆଗକୁ ଅନୁଷ୍ଠାନର ଉନ୍ନୟନ କାମ ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଅଧ୍ୟକ୍ଷା ରଶ୍ମିତା ମହାନ୍ତି କୃତୀ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।